ଜାରି ରହିବ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ, କଳାବ୍ଯାଜ୍ ପିନ୍ଧି ପଢ଼ାଇବେ ପାଠ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତାକାଲିଠୁ ପୁଣି ପାଠ ପଢାଇବେ ଶିକ୍ଷକ ଓ ଅଧ୍ୟାପକ। ତେବେ କଳାବ୍ୟାଜ୍‌ ପିନ୍ଧି ସେମାନେ ସ୍କୁଲ ଯିବେ। ମାସେରୁ ଅଧିକ ସମୟ ଧରି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସାମାନ୍ୟ କୋହଳ ହୋଇଛି। ହେଲେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ। ପ୍ରତିଦିନ ୨ଟି ଜିଲ୍ଲାର ଶିକ୍ଷକ ଆସି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବେ।

ଗାନ୍ଧୀ ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ରେ ପୁଣି ଥରେ ବିଶାଳ ସମାବେଶ ହେବ। ଆଗକୁ ପରୀକ୍ଷା ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ବାରମ୍ବାର ସରକାର ଓ ମିଳିତ ମଞ୍ଚ ପକ୍ଷରୁ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.