ଖୋର୍ଦ୍ଧା,ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ୍ ମାଟିଆପଡା ଗାଁ ଦାଣ୍ଡରେ ଥିବା ପାଣି ଟ୍ୟାପରୁ ପାଣି ନେବା ବେଳେ ୨ ପରିବାର ମଧ୍ୟ୍ୟରେ ଗଣ୍ଡଗୋଳ । ସାମାନ୍ୟ ବଚସା କୁ ନେଇ ଲଙ୍କାକଣ୍ଡ । ଗାଁ ଦାଣ୍ଡରେ ମହିଳାକୁ ମାଡ଼ମାରିଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଆହତ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମାଟିଆପଡା ଗାଁର ମମତା କାଳସି ଗାଁ ସରକାରୀ ଟ୍ୟାପରୁ ପାଣି ନେଉଥିବା ବେଳେ ସେହି ଗାଁର ସଂଜୟ କାଳସୀଙ୍କ ମଧ୍ୟ୍ୟରେ କଥା କଟା କଟି ହୋଇଥିଲା । ଏହା ପରେ ସଞ୍ଜୟ କାଳସିଙ୍କ ପରିବାରର ସଦସ୍ୟମାନେ ମମତା କାଳସୀଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରୁଥିବାର ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ କୁ ଭାଇରଲ ହୋଇଛି ।ଏନେଇ ଟାଙ୍ଗୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ଏହି ଘଟଣାରେ ୫ ରୁ ଅଧୀକ ବ୍ୟକ୍ତି ଅଟକ ଥିବା ଜଣା ପଡିଛି ।