SBIର ନୂଆ ମନ୍ତ୍ର, କର୍ମଚାରୀ ଏବେ ‘ଘରୁ ନୁହେଁ କୌଣସି ବି ସ୍ଥାନରୁ କରିପାରିବେ କାମ’

ଦେଶରେ ପ୍ରମୁଖ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) କରୋନାର ପ୍ରକୋପକୁ ଦେଖି ‘ଘରୁ କାମ କରିବା’ ପାଇଁ ନିଜର ନୀତିକୁ ପରିବର୍ତ୍ତନ କରି ବର୍ତ୍ତମାନ ତାର କର୍ମଚାରୀଙ୍କୁ ‘କେଉଁଠାରେ ବି କାମ କରିବା’ (work from any where)କୁ ଅନୁମତି ଦେଇଛି। କରୋନା କାଳରେ ପ୍ରାୟ ଅଢ଼େଇ ଲକ୍ଷ କର୍ମଚାରୀ ଥିବା ବ୍ୟାଙ୍କକୁ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଏହାକୁ ଲକ୍ଷ କରି ବ୍ୟାଙ୍କ୍‌ କାରବାରକୁ ନଜରରେ ରଖି ଏହି ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛି।

ଏସବିଆଇ ନିଜର ବିଦେଶୀ ଶାଖା ଗୁଡିକରେ ପୂର୍ବରୁ ହିଁ କେଉଁଠାରେ କାମ କରିବାକୁ ଅନୁମତି ଦେଇସାରିଥିଲା। ନିଜର ବାର୍ଷିକ ରିପୋର୍ଟରେ ବ୍ୟାଙ୍କ ଜଣାଇଛି ଯେ ଡିଜିଟାଲ ଟେକିନିକ ଆଡକୁ ମଧ୍ୟ ବ୍ୟାଙ୍କ ନିଜ ପାଦ ବଢ଼ାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.