ସୁବର୍ଣ୍ଣପୁରର ‘ପାତାଳୀ ଶ୍ରୀକ୍ଷେତ୍ର’, ଯେଉଁଠି ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି ମହାପ୍ରଭୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ତ୍ରିକୁଟ କନ୍ଦରକୁ କୁହାଯାଏ ପାତାଳୀ ଶ୍ରୀକ୍ଷେତ୍ର । ଏହିଠାରେ ଦାରୁବ୍ରହ୍ମ ମାନଙ୍କୁ ୧୪୪ ବର୍ଷ ପାତାଳୀ କରି ରଖାଯାଉଥିଲା । ଅତିତରେ ଯବନ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଦାରୁବ୍ରହ୍ମଙ୍କୁ କେତେବେଳେ ଚିଲିକାର କୂଳ ତ କେବେ ନିଛାଟିଆ ସ୍ଥାନରେ ଲୁଚାଇ ଦିଆଯାଉଥିଲା । ମାଦଳାପାଞ୍ଜିରୁ ଜଣାପଡେ ତ୍ରିକୁଟ ପାହାଡ଼ର ଗୁମ୍ଫା ଭିତରେ ସହ ସହ ବର୍ଷ ଧରି ଦାରୁବ୍ରହ୍ମ ମାନଙ୍କୁ ପାତାଳୀ କରି ରଖାଯାଇଥିଲା।

subarnapurଆଜିବି ତ୍ରିକୁଟ କନ୍ଦର ରେ ଥିବା ମାଧବ ଗୁମ୍ଫା, ଜଗନ୍ନାଥ ଗୁମ୍ଫା, ଧ୍ୱନୀ ଗୁମ୍ଫା ଭଳି ୨୭ ଟି ଛୋଟ ବଡ଼ ଗୁମ୍ଫା ଜଗନ୍ନାଥଙ୍କ ସ୍ମୃତି ବହନ କରେ । ଦାରୁବ୍ରହ୍ମଙ୍କୁ ରକ୍ତବାହୁ ଆକ୍ରମଣରୁ ରକ୍ଷା କରିବାକୁ ଯାଇ, ୧୪୪ ବର୍ଷ ଧରି ଏହିଠାରେ ଗୋପନ ରଖାଯାଇଥିଲା। ଆଜିବି କୋଟ ସମଲାଇ ଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି ଠାକୁର। ତେବେ ପରବର୍ତ୍ତୀ ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତି ମିଳିବା ପରେ ପୁରୀରୁ ନୂତନ ବିଗ୍ରହ ଅଣାଯାଇ ତ୍ରିକୁଟ ଛଳିଆ ପାହାଡ଼ ଶିଖରରେ ସ୍ଥାପନ କରାଯାଇଛି।

gumfaବିଭିନ୍ନ ସମୟରେ ପୁରୀ ଗଜପତି ଏହି ପୀଠକୁ ଆସନ୍ତି। ଏହି ପୀଠକୁ ଅନେକ ଭକ୍ତଙ୍କ ସୁଅ ଛୁଟେ । ଚଳିତ ଥର କରୋନା ଭକ୍ତଙ୍କୁ ଭଗବାନ ଠାରୁ ଦୂରେଇ ଦେଇଛି । ରାତି ପାହିଲେ ରଥଯାତ୍ରା ଜଗନ୍ନାଥ ଭକ୍ତଙ୍କ ପୁରା ବିଶ୍ୱାସ ଜଗା ତାର ଲୀଳା ନିଶ୍ଚୟ ଦେଖାଇବ । ଲୋକଙ୍କ ସାମାନ୍ୟ ଦୁଃଖ ଏଠାରେ ଆଜି ଯାଏଁ କୌଣସି ଉନ୍ନତି ଦେଖୁବାକୁ ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.