ବର୍ତ୍ତମାନ ସମୟରେ ଅନେକଙ୍କ ଠାରେ ଦାନ୍ତ ସମସ୍ୟା ଦେଖାଦେଉଛି । ଅଧିକାଂଶ ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବା ଦ୍ୱାରା କିମ୍ବା ନିୟମିତ ଭାବେ ଠିକ ଭାବେ ଦାନ୍ତ ସଫା ନକରିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏମିତିକି ଅନେକଙ୍କ ମାଢ଼ିରୁ ରକ୍ତ ବୋହିବା ମଧ୍ୟ ଦେଖାଦେଉଛି । ଏନେଇ ଅଧିକାଂଶ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏପରି ସମସ୍ୟା ମାନଙ୍କରୁ ତୁରନ୍ତ ମୁକ୍ତି ମିଳି ପାରିଥାଏ । ଏହା ସହ ଦାନ୍ତ ଓ ମାଢି ମଧ୍ୟ ମଜବୁତ ହୋଇଥାଏ ।
ରସୁଣ:
ଦାନ୍ତ ବିନ୍ଧୁଥିଲେ ରସୁଣ ପାଖୁଡ଼ାକୁ ଲୁଣ ସହ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ । ଏହାବାଦ ପ୍ରତିଦିନ ସକାଳେ ଗୋଟିଏ ରସୁଣ ପାଖୁଡ଼ା ଚୋବାଇଲେ ମଧ୍ୟ ଦାନ୍ତ ଦରଜରୁ ମୁକ୍ତି ମିଳିପାରିଥାଏ । ଏହା ସହ ଦାନ୍ତ ମଧ୍ୟ ମଜବୁତ ହୁଏ ।
ପିଆଜ:
ପ୍ରତିଦିନ ସକାଳେ କଞ୍ଚା ପିଆଜ ଚୋବାଇ ଚୋବାଇ ଖାଇବା ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଡାକ୍ତରଙ୍କ ଅନୁଯାୟୀ, ପ୍ରତି ତିନି ମିନିଟରେ ଠାରେ ପିଆଜର ଗୋଟେ ଖଣ୍ଡ ଚୋବାଇବା ଦ୍ୱାରା ମୁହଁ ଭିତରର ସମସ୍ତ କୀଟାଣୁ ମାନେ ବି ନଷ୍ଟ ହୋଇଯାନ୍ତି ।
ଲେମ୍ବୁ:
ଭିଟାମିନ- ସିରେ ଭରପୁର ଲେମ୍ବୁ ବି ଦାନ୍ତ ଦରଜ ଦୂର କରିବା ପାଇଁ ଖୁବ ଲାଭକାରୀ ହୋଇଥାଏ । ବିନ୍ଧୁଥିବା ସ୍ଥାନରେ ଲେମ୍ବୁ ଚୋପା ରଖିଲେ ଶୀଘ୍ର ଦରଜ ଦୁରେଇ ଯାଏ ।
ଲବଙ୍ଗ:
ଆୟୁର୍ବେଦୀୟ ଶାସ୍ତ୍ରରେ ଲବଙ୍ଗକୁ ଦାନ୍ତର ଡାକ୍ତର ବୋଲି ଧରାଯାଏ । ଦାନ୍ତ ବିନ୍ଧୁଥିଲେ ଖଣ୍ଡେ ଲବଙ୍ଗକୁ ବିନ୍ଧୁଥିବା ଦାନ୍ତରେ ମାଡି ଧରନ୍ତୁ, ଧୀରେ ଧୀରେ ସେଥିରୁ ରସ ବାହାରି ଦାନ୍ତ ଦରଜରୁ ଆରାମ ଦେବ । ନଚେତ ଖଣ୍ଡେ ତୁଳାକୁ ଲବଙ୍ଗ ତେଲରେ ବୁଡାଇ ଦାନ୍ତ ଉପରେ ରଖନ୍ତୁ । ତୁରନ୍ତ ମୁକ୍ତି ମିଳିବ ।
ଗୋଲମରିଚ ଗୁଣ୍ଡ:
କିଛି ଲୁଣରେ ଗୋଟେ ଚୁଟକୀ ଗୋଲ ମରିଚ ଗୁଣ୍ଡକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ଦରଜ ହେଉଥିବା ଦାନ୍ତରେ ଧୀରେ ଧୀରେ ମାଲିସ କରନ୍ତୁ ।
ଆଳୁ:
ଯଦି ଆପଣଙ୍କ ମାଢିରେ କୌଣସି ସମସ୍ୟା ଦେଖାଦିଏ । ତେବେ ଏକ ଆଳୁ ଖଣ୍ଡକୁ ଦରଜ ହେଉଥିବା ସ୍ଥାନରେ ୧୫ ମିନିଟ ପାଇଁ ରଖନ୍ତୁ । ଏହା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବ ।
ଟି – ବ୍ୟାଗ;
ଟି- ବ୍ୟାଗକୁ ଗରମ ପାଣିରେ ଭଲ ଭାବେ ଫୁଟାନ୍ତୁ । ଏବେ ସେହି ବ୍ୟାଗକୁ ବିନ୍ଧୁଥିବା ଦାନ୍ତ ଉପରେ ରଖନ୍ତୁ । ଏମିତି ନିୟମିତ କରିବା ଦ୍ୱାରା ଦାନ୍ତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।
ବରଫ:
ଦରଜ ହେଉଥିବା ସ୍ଥାନର ଉପରି ଭାଗରେ ବରଫ ଖଣ୍ଡ ୧୫ ରୁ ୨୦ ମିନିଟ ପାଇଁ ଧୀରେ ଧୀରେ ମାଲିସ କରନ୍ତୁ | ଦିନକୁ ୨ ରୁ ୩ ଥର ଏପରି କରନ୍ତୁ । ଦାନ୍ତ ଦରଜାରୁ ମୁକ୍ତି ମିଳିପାରିବ ।