ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କମିଶନରେଟ ପୋଲିସର ଫାଇନ। କରୋନା କଟକଣା ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିଥିବାରୁ ତାଙ୍କୁ ୫୦୦ ଟଙ୍କା ଫାଇନ ପଡିଛି।
କରୋନାର ପରିଚାଳନା ଗତ ବିଫଳତାକୁ ନେଇ କଂଗ୍ରେସ ସମେତ ରାଜ୍ୟର ବିଭିନ୍ନ ବିରୋଧୀ ଦଳ ନେତା ମାନେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସେମାନେ ସାମାଜିକ ଦୂରତା ଉଲ୍ଲଂଘନ କରିଥିବାର ଦେଖିବାକୁ ମିଳିଥିଲା। ଯାହା ପରେ କମିଶନରେଟ୍ ପୋଲିସ ପକ୍ଷରୁ ନିରଞ୍ଜନଙ୍କ ନାଁରେ ୫ ଶହ ଟଙ୍କା ଜରିମାନା କଟିଛି।
ନିରଞ୍ଜନଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ ଫର୍ୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଆପ୍ ପାର୍ଟିର ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ ପାର୍ଟିର ଅଳିକିଶୋର ପଟ୍ଟନାୟକ, ସିପିଆଇ ପାର୍ଟିର ଆଶିଷ କାନୁନ୍ଗୋ ଏବଂ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁରେ ୫ ଶହ ଟଙ୍କା ଚାଲାଣ କଟାଯାଇଛି।
ସେହିଭଳି ତୈଳ ଦର ବୃଦ୍ଧି ନେଇ ପ୍ରତିବାଦ କରୁଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ ସାମାଜିକ ଦୂରତା ଉଲଂଘନ କରିଥିଲେ । ଯାହା ଫଳରେ କମିଶନରେଟ ପୋଲିସ ସୁର ରାଉତରାୟଙ୍କ ଠାରୁ ୫୦୦ ଟଙ୍କା ଫାଇନ କଟାଯାଇଥିଲା।