ଭଦ୍ରକ:ଘରୁ ଶୁଭୁଥିଲା ନାଗ ସାପର ଗର୍ଜନ, ସ୍ନେକ ହେଲପ ଲାଇନ ସଦସ୍ୟ ଉଦ୍ଧାର କଲେ ୪୩ଟି ସାପଛୁଆ ଓ ୫୪ଟି ଅଣ୍ଡା

ଭଦ୍ରକ(କେନ୍ୟୁଜ୍): ନାଗ ସାପ ଓ ୪୩ଟି ସାପଛୁଆ ଉଦ୍ଧାର। ଭଦ୍ରକ ଥାନା ରଙ୍ଗରାଜପୁର ଗାଁରୁ ଏତେ ସଂଖ୍ୟାରେ ସାପ ଓ ସାପ ଅଣ୍ଡା ଉଦ୍ଧାର କରିଛି ଭଦ୍ରକ ସ୍ନେକ ହେଲ୍‌ପ ଲାଇନ। ବିଜୟ ବିଶ୍ୱାଳଙ୍କ ଘରେ ଗତ ୮ଦିନ ଧରି ରାତିରେ ସାପଙ୍କ ଗର୍ଜନ ଶୁଣାଯାଉଥିଲା। ଫଳରେ ବିଜୟଙ୍କ ପରିବାର ସ୍ନେକ ହେଲପ ଲାଇନର ସହାୟତା ନେଇଥିଲେ।

ସ୍ନେକ ହେଲ୍‌ପ ଲାଇନର ମିର୍ଜା ଅରିଫ ଓ ତାଙ୍କ ଟିମ୍‌ ଦୀର୍ଘ ଦିନ ଧରି ଘରେ ଖୋଳାଖୋଳି କରି ନାଗ ଓ ୪୩ଟି ସାପଛୁଆ ଉଦ୍ଧାର କରିଥିଲେ। ଏହାସହ ୫୪ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି। ଅନ୍ୟ କିଛି ନାଗନାଗୁଣୀ କୁଆଡେ ଚାଲିଯାଇଛନ୍ତି। ସେଠାରେ ୩ଟି ନାଗ ନାଗୁଣୀ ଥିବା ମିର୍ଜା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.