ରାଜଧାନୀରେ ୯ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କଣ୍ଟାକ୍ଚ କେସ ରହିଛି ୮ଟି

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରୁ ଆଜି ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରୁ ଜଣେ ରହିଥିବା ବେଳେ ୮ଟି ଲୋକାଲ କଣ୍ଟାକ୍ଚ କେସ ରହିଛି। ଏୟାରପୋର୍ଟ କଲୋନୀର ୨୬ବର୍ଷୀୟା ମହିଳା ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଶିରିପୁର ଲକ୍ଷ୍ମୀବଜାର ବସ୍ତିର ୪ଜଣ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୧ ଓ ୩୮ ବର୍ଷର ଦୁଇଜଣ ମହିଳା ରହିଥିବା ବେଳେ ୫୦ବର୍ଷ ଓ ୧୮ବର୍ଷର ଦୁଇଜଣ ପୁରୁଷ ରହିଛନ୍ତି। ଏମାନେ ପୂର୍ବରୁ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ଏକ ଘରୋଇ ଡାକ୍ତରଖାନାର ୩ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୩୮, ୪୨ ଓ ୪୧ ବର୍ଷ। ଭୁବନେଶ୍ୱର ଆରବିଆଇ ଅଫିସ ନିକଟରୁ ଜଣେ ୫୨ବର୍ଷୀୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକ ଘରୋଇ ସଂସ୍ଥାର ସିକ୍ୟୁରିଟି ଗାର୍ଡ ବୋଲି ଚିହ୍ନଟ ହୋଇଛନ୍ତି। ଆଜି ଆଉ ୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ଭୁବନେଶ୍ୱରର ମୋଟ ସଂକ୍ରମିତ ସଂଖ୍ୟା ୨୮୩ରେ ପହଞ୍ଚିଛି। ୧୪୮ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୩୧ଟି ଆକ୍ଟିଭ କେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.