ଭାରତରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନ କରେ ୧୮୫୫୨ ନୂଆ ପଜିଟିଭ ଚିହ୍ନଟ, ୩୮୪ ଜଣ ମୃତ

ଭାରତରେ ଥମିବାର ନା ନେଉନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ କରୋନା ରଚିବାରେ ଲାଗିଛି ନୂଆ ନୂଆ ରେକର୍ଡ । ଏଯାବତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଗଲାଣି । ୫ ଲକ୍ଷ ୮ ହଜାର ୯୫୩ ପାର କରିଛି ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୮ ହଜାର ୫୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୩୮୪ ଜଣଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭୂତାଣୁ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫ ହଜାର ପାର କରିଛି । ୧୫ ହଜାର ୬୮୫ ଜୀବନ ନେଲାଣି ଭାଇରସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ଏକ ଲକ୍ଷ ୯୭ ହଜାର ୩୮୭ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୨ ଲକ୍ଷ ୯୫ ହଜାର ୮୮୧ ଜଣ । ସେପଟେ ମହାରାଷ୍ଟ୍ରରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏକ ଲକ୍ଷ ୫୨ ହଜାର ୭୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ହଜାର ୧୦୬ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ସେପଟେ ସଂକ୍ରମଣରେ ମୁମ୍ବାଇକୁ ଟପିଥିବା ରାଜଧାନୀ ଦିଲ୍ଲୀ ପାଇଁ ଚିନ୍ତା ବଢିବାରେ ଲାଗିଛି ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବ୍ୟାପୁଛି ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ୭୭ ହଜାର ୨୪୦ରେ ପହଞ୍ଚିଛି

new world

ବିଶ୍ୱରେ ଖୁବ ଶୀଘ୍ର କୋଟିଏ ଛୁଇଁବ ଆକ୍ରାନ୍ତ ସଂଖ୍ୟା । ଏଯାବତ ୯୯ ଲକ୍ଷ ପାର ହୋଇ ଗଲାଣି । ୪ ଲକ୍ଷ ୯୬ ହଜାର ଜୀବନ ଗଲାଣି । ସଂକ୍ରମଣ କମିବାର ନାଁ ନେଉନି । ବରଂ ଭୟାନକ ଭାବେ ବ୍ୟାପି ଚାଲିଛି । ହାରାହାରି ଦେଖିବାକୁ ଗଲେ ସପ୍ତାହକୁ ପ୍ରାୟ ୧୦ ଲକ୍ଷ ଆକ୍ରାନ୍ତ ହେଉଛନ୍ତି । ତେବେ ଆଶ୍ୱସ୍ତିର ଖବର ଯେ, ୫୩ ଲକ୍ଷ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ ବିଶ୍ୱରେ ସଂକ୍ରମଣ ହାର ରହିଛି ୫୧ ପ୍ରତିଶତ । ସେପଟେ ଆମେରିକାରେ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ୨୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ଟପିଲାଣି । ୟୁଏସରେ ପ୍ରାୟ ୨ କୋଟି କରୋନା ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି । ବ୍ରାଜିଲ ଓ ରୁଷରେ ସଂକ୍ରମଣ ବି ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.