ଭଗବାନଙ୍କ ପ୍ରଦତ୍ତ ପ୍ରତ୍ୟେକ ଜିନିଷକୁ ଖୁସି ମନରେ ଗ୍ରହଣ କଲେ ହିଁ ଜିତି ହେବ ଜୀବନର ଯୁଦ୍ଧ, ଏହା ଶିକ୍ଷା ମିଳେ ନିକଙ୍କ ଏହି ପ୍ରେରଣାଦାୟୀ ଜୀବନ କାହାଣୀରୁ

ଯଦି କେବେ ଆମ ଜୀବନରେ ସମସ୍ୟା କିମ୍ବା ଟେନସନ୍‌ ଆସେ ତାହେଲେ ଅଧିକାଂଶ ଲୋକ ଭାବନ୍ତି ଏମିତି ମୋ ସହିତ ହିଁ କାହିଁକି ହେଉଛି। ଏହି ଭାବନା ଧିରେ ଧିରେ ଆମ ଜୀବନରେ ଏକ ବୋଝ ଭଳି ହୋଇଯାଏ। ଏମିତିରେ ବହୁତ ଆବଶ୍ୟକ ହୋଇଥାଏ ଯେ ଆମକୁ ନିଜ ଉପରେ ଭରଷା ରଖିବାକୁ ହେବ ଏବଂ ନିଜ ପୂରା ତାକତ ଲଗାଇ ସମସ୍ୟାର ମୁକାବିଲା କରିବା ଦରକାର। ଆଉ ସେତେ ପଯ୍ୟର୍ନ୍ତ ମୁକାବିଲା କରିବା ଉଚିତ ଯେତେବେଳ ଯାଏଁ ଆମେ ତାହା ଉପରେ ବିଜୟ ହାସଲ କରିନାହାନ୍ତି। ଆପଣ ଭାବୁଥିବେ ଏହା ଅସମ୍ଭବ କିନ୍ତୁ ବିଶ୍ୱାସ କରନ୍ତୁ ଜୀବନରେ କିଛି ବି ଅସମ୍ଭବ ନୁହେଁ। ଯଦି ଆପଣଙ୍କୁ ଏହି କଥାରେ ବି ବିଶ୍ୱାସ ନହେଉଛି ତାହେଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ଜଣେ ପ୍ରେରଣାଦାୟକ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ।

nickckଡିସେମ୍ବର ୪ ତାରିଖ ୧୯୮୨ ମସିହାରେ ଅଷ୍ଟ୍ରେଲିୟାର ଜଣେ ଶିଶୁ ଜନ୍ମ ନେଲା ଯାହାର ନାମ ଥିଲା ନିକ୍‌। ନିକ୍‌ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ତ ଥିଲା କିନ୍ତୁ ତାଙ୍କର ଗୋଟିଏ ମାତ୍ର କେବଳ କମି ଥିଲା ଯେ ସେ ନାମକ ଏକ ଦୁର୍ଲଭ ବିକାର ସହିତ ଜନ୍ମ ନେଇଥିଲେ। ଯେଉଁ କାରଣରୁ ଜନ୍ମରୁ ତାଙ୍କର ଦୁଇ ହାତ ଏବଂ ପାଦ ନଥିଲା। ଡାକ୍ତର ବି ଆଶ୍ଚଯ୍ୟର୍ ଥିଲା ଯେ ନିକଙ୍କ ହାତ ଗୋଡ କାହିଁକି ନାହିଁ। ନିକଙ୍କ ବାପା ମାଙ୍କୁ ମଧ୍ୟ ଏହି ଚିନ୍ତା ଘାରିଲା ଯେ ନିକଙ୍କ ଜୀବନ କଣ ହେବ। ଜଣେ ହାତ ଗୋଡ ନଥିବା ପିଲାର ଭବିଷ୍ୟତ କଣ ହେବ?

ପିଲାଦିନରୁ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଲା। ନିକଙ୍କ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିବାକୁ ଲାଗିଲା। ତାଙ୍କୁ ନା କେବଳ ନିଜ ସ୍କୁଲରେ ସମସ୍ୟାର ସାମ୍ନା କରିବାକୁ ପଡିଲା ବରଂ ତାଙ୍କ ବିକଳାଙ୍ଗତା ଏବଂ ଏକାପଣ ପାଇଁ ବି ସେ ନିରାଶ ହୋଇ ବିଶାଦରେ ବୁଡିକି ଥିଲେ। ନିକ ସବୁବେଳେ ଭାବୁଥିଲେ ଏବଂ ଭଗବାନଙ୍କୁ ଡାକୁଥିଲେ କି କାସ୍‌ ତାଙ୍କୁ ହାତ ଗୋଡ ମିଳିଯାନ୍ତା। ସେ ନିଜ ବିକଳାଙ୍ଗତା ପାଇଁ ଏତେ ନିରାଶ ଥିଲେ ଯେ ୧୦ ବର୍ଷ ବୟସରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

Version କିନ୍ତୁ ପରେ ଯେତେବେଳେ ତାଙ୍କ ମାଙ୍କ ଦ୍ୱାରା ଦିଆଯାଇଥିବା ଏକ ଲେଖା ପଢ଼ିଲେ ସେତେବେଳେ ତାଙ୍କ ଜୀବନ ପ୍ରତି ନଜର ହିଁ ବଦଳିଗଲା। ସେହି ଲେଖାରେ ଏକ ସମାଚାର ପତ୍ର ପ୍ରକାଶିତ ହୋଇଥିଲା। ଯେଉଁଥିରେ ଜଣେ ବିକଳାଙ୍ଗ ବ୍ୟକ୍ତିଙ୍କର ନିଜ ବିକଳାଙ୍ଗତା ସହିତ ଲଢ଼ି ବିଜୟ ହାସଲ କରିବାର କାହାଣୀ ଲେଖାଥିଲା। ସେହିଦିନ ଠାରୁ ହିଁ ସେ ଜାଣିବାକୁ ପାଇଲେ ଯେ ସେ ଏକା ଏମିତି ନୁହଁନ୍ତି ଯିଏ ସଂଘର୍ଷ କରୁଛନ୍ତି।

ନିକ୍ ଧୀରେ ଧୀରେ ବୁଝି ପାରିଲେ ଯେସେ ନିଜେ ଚାହିଁଲେ ହିଁ ନିଜ ଜୀବନକୁ ବଦଳାଇ ଦେଇ ପାରିବେ । ତେଣୁ ସେ ଆରମ୍ଭ କରି ଦେଲେ ତାଙ୍କ ଜୀବନ ସଂଘର୍ଷ । ତାଙ୍କ ପାଦରେ ବାହାରିଥିବା ଛୋଟ ଛୋଟ ଆଙ୍ଗୁଳିକୁ ଭଲ ଭାବେ ଚାଳନା କରିବାର ଅଭ୍ୟାସ ଆରମ୍ଭ କଲେ । ଆଉ କିଛି ଉପକରଣ ସାହାଯ୍ୟରେ ଅକ୍ଷର ଲେଖିବା ଏବଂ କମ୍ପ୍ୟୁଟରରେ ଟାଇପ୍ କରିବା ଶିଖିଲେ। ହାତ ପାଦ ସିନା ଧୋକା ଦେଇଥିଲା ହେଲେ ପାଟି ତ ଥିଲା । ୧୭ ବର୍ଷ ବୟସରେ ପ୍ରାର୍ଥନା ସଭାରେ ପ୍ରବଚନ ଦେଲେ ନିକ୍‌ । ୨୧ ବର୍ଷ ବୟସରେ ଆକାଣ୍ଟିଙ୍ଗ ଏବଂ ଫାଇନାନ୍ସରେ ଗ୍ରାଜୁଏସନ କଲେ । ଜଣେ ମୋଟିଭେସନାଲ୍‌ ବକ୍ତା ଭାବରେ ନିଜ କ୍ୟାରିୟର ଆରମ୍ଭ କଲେ।

nickkପୁଣି ନିଜ ନାଁରେ ଏକ କମ୍ପାନୀ ଖୋଲିଲେ ଏବଂ ନିଜକୁ ଉଦାହରଣର ଭାବେ ରଖି ଧୀରେ ଧୀରେ ଜଣେ ଏମିତି ପ୍ରେରଣାଦାୟୀ ବକ୍ତା ଭାବରେ ପରିଚୟ ସୃଷ୍ଟି କଲେ ଯେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା । ଯେମିତି କିଛି ଚମତ୍କାର ହୋଇଗଲା। ସେ ଅନ୍ୟମାନଙ୍କୁ ପ୍ରେରଣା ଏବଂ ସକାରତ୍ମକ ବାର୍ତ୍ତା ଦେବା ପାଇଁ ୨୦୦୫ରେ ଏକ ସ୍ୱେଚ୍ଛାସେବୀ ସଂଗଠନ କଲେ । ଯାହାର ନାଁ ରହିଲା ‘ଲାଇଫ୍‌ ଓ୍ଵିଦଆଉଟ୍‌ ଲିମ୍ବସ୍‌’ । ଯାହାର ଅର୍ଥ, ଅଙ୍ଗ ବିନା ଜୀବନ । ପରେ କେବଳ ମୋଟିଭେସନାଲସ୍ପିଚ୍‌ ପାଇଁ ପରେ ‘ଆଟିଚ୍ୟୁଡ୍‌ ଇଜ୍‌ ଆଲଟିଚ୍ୟୁଡ୍‌’ ନାମ ଆଉ ଏକ ସଂସ୍ଥା ପ୍ରତିଷ୍ଠା କଲେ ।

୩୭ ବର୍ଷ ବୟସ୍କ ନିକ୍ ଆଜି ଜଣେ ସଫଳ ପ୍ରେରଣାଦାୟୀ ବକ୍ତା । ପୁଣି ସେହି ସବୁ କାମ ମଧ୍ୟ କରି ପାରୁଛନ୍ତି ଯାହା ଜଣେ ସାଧାରଣ ବ୍ୟକ୍ତି କରୁଛନ୍ତି। ଜନ୍ମରୁ ହାତ ଗୋଡ ନଥିବା ପରେ ମଧ୍ୟ ସେ ଗଲ୍ଫ ଏବଂ ଫୁଟବଲ ଖେଳନ୍ତି, ସ୍ୱିମିଙ୍ଗ କରନ୍ତି, ସ୍କାଇ ଡାଇଭିଙ୍ଗ ଏବଂ ସର୍ଫିଙ୍ଗ ମଧ୍ୟ କରି ପାରୁଛନ୍ତି। ବିବାହ ବି କରିଛନ୍ତି ନିକ୍‌ ଓରଫ ନିକୋଲାସ୍‌ ଜେମ୍ସ ଭୁଇସିକ୍‌। ଏବେ ପତ୍ନୀ କାନାଏ ମାଏରା ଓ ଚାରି ପିଲାଙ୍କ ସହ ଦକ୍ଷିଣ କାଲିଫର୍ଣ୍ଣିଆରେ ରହୁଛନ୍ତି ।

 

nickkପାର୍ଥକ୍ୟ କେବଳ ଏତିକି ଯେ ଯିଏ ଦିନେ ଜୀବନକୁ ବୋଝ ଭାବି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସେ ଆଜି ଦୁନିଆକୁ ଜୀବନ ଜୀଇବାର କଳା ଶିଖାଉଛନ୍ତି। ନିକ ନିଜ ଜୀବନକୁ ନିୟନ୍ତ୍ରଣ କରିବାର ଶକ୍ତି ପାଇଗଲେ ଏବଂ ଆଶାର ଏହି ସନ୍ଦେଶ ସହିତ ୪୪ରୁ ଅଧିକ ଦେଶର ଯାତ୍ରା କରି ସାରିଲେଣି। ‘ବଟରଫ୍ଲାଏ ସର୍କସ’ ନାମକ ଏକ କ୍ଷୁଦ୍ର ଫିଲ୍ମରେ ଅଭିନୟ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ୨୦୧୧ରେ ଏକ ମ୍ୟୁଜିକ୍‌ ଭିଡିଓ ‘ଆଟିଚ୍ୟୁଡ୍‌ ଇଜ୍‌ ଅଲଟିଚ୍ୟୁଡ୍‌’

ତେଣୁ ଜୀବନରେ ଭଗବାନ ଦେଇଥିବା ସବୁ ଜିନିଷକୁ ଆମେ ଭଲ ମନରେ ସ୍ୱିକାର କରିବା ଉଚିତ। ତେଣିକି ତାହା ଯେତେ ବି କଷ୍ଟଦାୟକ ହେଉ ନା କାହିଁକି। ସମସ୍ୟା ଆଉ ଅସୁବିଧା ହିଁ ଏକ ଏମିତି ସିଡି ଯାହାକୁ ଅତିକ୍ରମ କରି ଆମକୁ ଜୀବନରେ ସଫଳତା ଏବଂ ଖୁସିକୁ ପାଇବାର ଅଛି। ଯାହା ଆମ ପାଖରେ ଅଛି ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.