କୋରାପୁଟ ପାଡୁଆ ଡାକବଙ୍ଗଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪ ଜୀବନ। ମୃତକମାନେ ସମସ୍ତେ ପାଡୁଆ ଗାଁର। ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍‌ରେ ୪ଜଣ ଗାଁକୁ ଫେରୁଥିବାବେଳେ ଭାରସାମ୍ଯ ହରାଇ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ଡାକବଙ୍ଗଳା ଠାରୁ ମାତ୍ର ୧୦୦ମିଟର ଦୁରରେ ୟୁ ଟର୍ନ ନେବାବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇତିଲା। ପାଡୁଆ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ସବୁଠାରୁ ଦୁଃଖର କଥା ସମସ୍ତ ମୃତକ ନାବାଳକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.