ଅଡ଼ଶପୁର(କେନ୍ଯୁଜ୍) : ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ । ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଛି କଟକ ବଡ଼ ମେଡିକାଲ । ରାଜୁ ବେହେରା ନାମକ ଜଣେ ଯୁବକ ଆକ୍ରମଣ କରି ଫେରାର ହୋଇଯାଇଛି । ତେବେ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।