କରିସ୍ମା କାପୁରଙ୍କ ଗାଡି ଉପରେ ହଠାତ ଆସି ବସିଲା ଏକ ଚିତା ବାଘ, ତାପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କରିସ୍ମା କାପୁର ନିଜ ବିଗତ ଦିନର ସ୍ମୃତି ସବୁକୁ ପୁଣି ଥରେ ସାଉଁଟି ବସିଛନ୍ତି । ଲକ ଡାଉନରେ ଘରେ ବସି ବୋର ହେଉଥିବା ସମୟରେ ନିଜର କିଛି ପୁରୁଣା ଫଟୋ ଦେଖି ସେସମୟର ଅଭୁଲା କ୍ଷଣ ସବୁକୁ ମନେପକେଇବା ସହ ଏଗୁଡ଼ିକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ହିଂସ୍ର ପଶୁ ଚିତା ବାଘ ମାନଙ୍କ ଗହଣରେ ଦିନେ ସେ କେମିତି ସୁଟିଙ୍ଗ କରିଥିଲେ ସେନେଇ କିଛି ଅଭୁଲା କଥା ସମସ୍ତଙ୍କ ସହ ସେୟାର କରିବା ପାଇଁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେହି ଫିଲ୍ମର କିଛି ଫଟୋ ପୋଷ୍ଟ କରିଛନ୍ତି କରିସ୍ମା । ଏହି ଫଟୋ ଗୁଡିକରେ କପୁର ତନୟା କରିସ୍ମା ଏକ ଚିତା ବାଘ ନିକଟରେ ଛିଡା ହୋଇଥିବା ନଜର ଆସିଛନ୍ତି । ଚିତା ବାଘ ଟି ଏକ ଜିପ ଉପରେ ଆରାମରେ ବସିଛି । ଏହାର କ୍ୟାପ୍ସନରେ କରିସ୍ମା ଲେଖିଛନ୍ତିକି , ଏହା ଜମା ବି ଆର୍ଟିଫିସିଆଲ ନୁହେଁ କି, କୌଣସି କମ୍ପ୍ୟୁଟର ଦ୍ୱାରା ବି ପ୍ରସ୍ତୁତ କରାଯାଇନାହିଁ ।

ଏହା ମଧ୍ୟ କୌଣସି ବିଏଫଏକ୍ସରେ ପ୍ରସ୍ତୁତ ହୋଇନାହିଁ । ପ୍ରକୃତରେ ମୁଁ ନିଜେ ହିଁ ଏକ ଚିତା ବାଘ ସହ ଛିଡ଼ା ହୋଇଛି । କରିସ୍ମାଙ୍କ ଅନୁଯାୟୀ ସେହି ସମୟରେ ତାଙ୍କୁ ଭୟ ତ ଲାଗିଥିଲା କିନ୍ତୁ ଖୁବ ମନ୍ତ୍ରମୁଗ୍ଧ ବି କରିଥିଲା । ଖାଲି ଏତିକି ନୁହେଁ, କରିସ୍ମା ନିଜ ପ୍ରଶଂସଙ୍କ ମାନଙ୍କୁ ସୂଚନା ଦେଇ ଯାଇ କହିଛନ୍ତିକି ଏହି ଫିଲ୍ମର ସୁଟିଙ୍ଗ ଦକ୍ଷିଣ ଆଫ୍ରିକାରେ ହୋଇଥିଲା । ଏହା ସହ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଟ୍ୟାକ୍ସ ବି ଦେଇଛନ୍ତି କରିସ୍ମା । ଏହି ଦୃଶ୍ୟଟି କେଉଁ ସିନେମାର ସେନେଇ ଅନୁମାନ ଲଗାଇବାକୁ ନିଜ ପ୍ରଶଂସଙ୍କ ମାନଙ୍କୁ କହିଛନ୍ତି ବଲିଉଡର ଏହି ଚୁଲବୁଲି ଅଭିନେତ୍ରୀ । ନେଟିଜେନ୍ସ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏହି ଫିଲ୍ମଟିରେ ଡାସିଙ୍ଗ ଷ୍ଟାର ଗୋବିନ୍ଦା ଓ କରିସ୍ମା ମୁଖ୍ୟ ଭୂମିକା ନିଭେଇଥିଲେ । ଏହି ଫିଲ୍ମଟିର ନାଁ ହେଉଛି ”ଶିକାରୀ’, ଯାହାକି ୨୦୦୦ ମସିହାରେ ରିଲିଜ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.