ଐଶ୍ୱର୍ଯ୍ୟା ରାୟଙ୍କ ଆରୋଗ୍ୟ କାମନା କଲେ ପୂର୍ବତନ ପ୍ରେମିକ ବିବେକ ଓବରୟ, ଟ୍ଵିଟ୍‌ କରି ହେଲେ ଭାବବିହ୍ଵଳ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରିବାର ଏବେ କରୋନା କବ୍ଜାରେ। ଅମିତାଭ ବଚ୍ଚନଙ୍କ ସମେତ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କର ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି। ସୌଭାଗ୍ୟବଶତଃ ଜୟାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏଣୁ ପୂରା ବଚ୍ଚନ ପରିବାର ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ବଚ୍ଚନ ପରିବାରର ସଦସ୍ୟଙ୍କୁ କରୋନା ଜଣାପଡ଼ିବା ପରେ ଅନ୍ୟ କଳାକାରମାନେ ସେମାନଙ୍କ ଆରୋଗ୍ୟ କାମନା କରୁଥିବା ଦେଖାଯାଇଛି।

Aishwarya Rai Bachchan and Vivek Oberoi

ଏହି ତାଲିକାରେ ଏବେ ଐଶ୍ୱର୍ଯ୍ୟା ରାୟଙ୍କ ପୂର୍ବତମ ପ୍ରେମିକ ବିବେକ ଓବରୟ ବି ସାମିଲ ହୋଇଛନ୍ତି। ବିବେକ ନିଜ ଟ୍ଵିଟର ଆକାଉଣ୍ଟରୁ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଏକ ଫଟୋ ପୋଷ୍ଟ କରି ବଚ୍ଚନ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି। ବିବେକ ଟ୍ଵିଟ୍‌ କରି ଲେଖିଛନ୍ତି- ‘ପରିବାର ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛି’।

କେବଳ ଏତିକି ନୁହେଁ ବିଗ୍‌ ବି ଓ ଅଭିଷେକ ବଚ୍ଚନଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବି ସେ ଟ୍ଵିଟ୍‌ କରିଥିଲେ। ବିବେକ ଲେଖିଥିଲେ ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ। ଆପଣ ଜଲ୍‌ଦି ସୁସ୍ଥ ହୋଇଯାଆନ୍ତୁ।


ତେବେ ବିବେକ ଓବରୟ ଟ୍ଵିଟ୍‌ କରିବା ପରେ ଐଶ୍ୱର୍ଯ୍ୟା ଓ ବିବେକଙ୍କ ପୂର୍ବ ପ୍ରେମ ମାମଲା ପୁଣିଥରେ ସତେଜ ହୋଇ ଉଠିଛି। ଏବେ ଉଭୟେ ନିଜ ନିଜ ଜୀବନରେ ଆଗେଇ ସାରିଥିବା ବେଳେ ଏଭଳି କରୋନା ସମୟରେ ବିବେକ ବଚ୍ଚନ ପରିବାରର ସୁସ୍ଥତା କାମନା କରିବାକୁ ଲୋକମାନେ ପ୍ରଶଂସା କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ବିବାହ ପୂର୍ବରୁ ଐଶ୍ୱର୍ଯ୍ୟା ଓ ବିବେକଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.