ଲୋକେ ଯାହାକୁ ଷ୍ଟାଇଲିସ ବାଇକ ବୋଲି ଭାବୁଥିଲେ ସେ ପଛରୁ ଥିଲା..ଦେଖନ୍ତୁ ଭିଡିଓ

ଦୁନିଆରେ ଭଳିକି ଭଳି ଯୁଗାଡ଼ ଦେଖିବାକୁ ମିଳିଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ଅତି ବେକାର ଜିନିଷକୁ ମଧ୍ୟ ଚମତ୍କାର ବନାଇ ଦେଇ ପାରନ୍ତି । ଆପଣ ଏହି ପିଲାକୁ ହିଁ ଦେଖିନିଅନ୍ତୁ । କେହି ଭାବି ବି ପାରିବେ ନାହିଁ ଯେ ଯେଉଁ ବାଇକକୁ ସେ ଅତି ଦ୍ରୁତ ଗତିରେ ଦୌଡ଼ାଉଛି ପ୍ରକୃତରେ ସେ ବାଇକ ନୁହେଁ ଗୋଟିଏ ସାଇକେଲ । ଯଦିଓ ଭିଡିଓକୁ ପ୍ରଥମରୁ ଦେଖିଲା ବେଳେ ଆପଣ ବୁଝିପାରିବେ ନାହିଁ କିନ୍ତୁ କିଛି ସେକେଣ୍ଡ ଦେଖିବା ପରେ ଆପଣ ନିଶ୍ଚୟ ବୁଝିପାରିବେ ଯେ ପିଲାଟି ଯେଉଁ ବାଇକ ଧରିଛି ସେଇଟା ପ୍ରକୃତରେ ଏକ ବାଇକ ନୁହେଁ ।


ଆଜ୍ଞା ହଁ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଏବଂ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି । ଏହି ଭିଡ଼ିଓଟି ଏପରି ଯେ, ପ୍ରଥମେ ଜଣେ ବ୍ୟକ୍ତି ବାଇକ ନେଇ ଅତି ଖୁସିରେ ଆସୁଛନ୍ତି । ହଠାତ ବାଇକର ସ୍ପିଡ଼ କମ ହୋଇଯାଉଛି ଆଉ ତାପରେ ସେ ପ୍ୟାଡଲ ମାରି ଆସୁଥିବାର ଦେଖିବାକୁ ମିଳିଛି ଏବଂ ସାଇଡରେ ଥିବ ଜଣେ ବାଇକ ଆରୋହୀଙ୍କୁ କାଟି ଆଗକୁ ପଳାଇ ଯାଉଛନ୍ତି । କ୍ୟାମେରାଟି ଯେତେବେଳେ ତାଙ୍କର ପଛ ଦେଖାଉଛି ସେତେବେଳେ ଜଣାପଡୁଛି ଯେ ଏହା ଏକ ବାଇକ ନୁହେଁ ବରଂ ଗୋଟେ ସାଇକେଲ ଯାହାର ଫ୍ରଣ୍ଟ ସାଇଡ ଏକଦମ ଏକ ବାଇକ ଭଳି ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.