ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ଅଣ୍ଟା ଭିଡିଲେ ଅଧ୍ଯାପିକା, ରୋଜଗାରକ୍ଷମ କରାଇବା ପାଇଁ ତିଆରି କରୁଛନ୍ତି ଚକୋଲେଟ୍

କେନ୍ଯୁଜ୍: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ଆହ୍ବାନରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହ ସ୍ବଦେଶୀ ଉତ୍ପାଦନ ଓ ରୋଜଗାର ସୃଷ୍ଟି ପାଇଁ ଅଣ୍ଟା ଭିଡିଛନ୍ତି ଯୁବପିଢି। ଏନେଇ ନବରଙ୍ଗପୁର ଭଳି ଆଦିବାସୀ ଅଞ୍ଚଳରେ ସାକାର କରି ଦେଖାଇଛନ୍ତି ଜଣେ ଅଧ୍ଯାପିକା। ଘରୋଇ ଉଦ୍ଯୋଗ ମାଧ୍ଯମରେ ତିଆରି କରିଛନ୍ତି ଚକୋଲେଟ୍।

chocoସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ନିଜ ପରିବାର ସହ ରୁହନ୍ତି ସଂଗୀତା ସାହୁ। ଉଚ୍ଚ ଶିକ୍ଷା ଲାଭ କରିଥିବା ସଂଗୀତା ପେସାରେ ଅର୍ଥନୀତିରେ ଅଧ୍ଯାପିକା ଥିବା ବେଳେ ନିଶା ତାଙ୍କର ଚକୋଲେଟ୍ ତିଆରି କରିବା। କଲେଜ କାମ ସାରିବା ପରେ ସେ ଭଳି କି ଭଳି ଚକୋଲେଟ୍ ତିଆରି କରିବା ପାଇଁ ସମୟ ଦିଅନ୍ତି। ଏଥିପାଇଁ ସେ ନିଜ ଘରେ ଆରମ୍ଭ କରିଛନ୍ତି ଏକ ଅଣୁ ଉଦ୍ଯୋଗ। ଏବେ ସେ ଚକୋଲେଟ୍ ମେକର୍ ଭାବେ ଜିଲ୍ଲାରେ ବେଶ୍ ଜଣାଶୁଣା।

choco1ଚକୋଲେଟ୍ କୁ ନେଇ ଏକ କ୍ଷୁଦ୍ର ଉଦ୍ଯୋଗ କରି ମହିଳାଙ୍କୁ ରୋଜଗାର ପ୍ରଦାନ ପାଇଁ ଲକ୍ଷ୍ଯ ରଖିଥିବା ସଂଗୀତା ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲକୁ ନେଇ ବେଶ୍ ଆଶାବାଦୀ ବୋଲି କହିବା ସହ ତାଙ୍କ ଦ୍ବାରା ପ୍ରସ୍ତୁତ ଗୋଲୁସ୍ ଚକ୍କିର ବଜାର ସୁବିଧା ହୋଇପାରିଲେ ସେ ଜଣେ ଭଲ ଚକୋଲେଟ୍ ମେକର୍ ହୋଇପାରିବେ ବୋଲି ଆଶା ବ୍ଯକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.