କ୍ୱାରେଣ୍ଟାଇନରେ ରହି ବୋଲ୍ଡ ଫଟୋ ସେୟାର କଲେ ଏହି ବ୍ଲାକବିୟୁଟି, ଫ୍ୟାନ କହିଲେ ‘ ମ୍ୟାମ୍‌ ଆପଣ କାହିଁକି ଏତେ ସୁନ୍ଦର’ !

ବଲିଉଡ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ବୋଲ୍ଡ ଏବଂ ଗ୍ଲାମରର୍ସ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

ନିଜର କିଛି ଫଟୋ ପୋଷ୍ଟ କରି ବିପାଶା ଲେଖିଛନ୍ତି, ‘ ମୁଡ୍‌, ଅପନେ ଆପ୍‌କୋ ପ୍ୟାର କରୋ’ ଦ୍ୱିତୀୟ ଫଟୋରେ ଲେଖିଛନ୍ତି, ‘ମେଁ ଏକ ଫୁଲ ନେହିଁ ବନଙ୍ଗୁ ଜୋ ଅପନୀ ସୁନ୍ଦରତା କେ ତୋଡ କେ ଲିଏ ତୋଡ ଲି ଜାଉଁ ଔର ମୁରଝାନେ କେ ବାଦ୍‌ ଛୋଡ୍‌ ଦିୟା ଜାଏ’। ଏହା ପୂର୍ବରୁ ବିପାଶା କେତେକ ପୁରୁଣା ଫଟୋ ପୋଷ୍ଟ କରିଥିଲେ, ଯାହା ଭାଇରଲ ହେବାରେ ଲାଗିଥିଲା। କିନ୍ତୁ ଏବେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳିଛି।  ଯାହାକୁ ଦେଖି ବିପାଶାଙ୍କ ଫ୍ୟାନ ପାଗଳ ହୋଇଯାଇଛି। ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି। ଫ୍ୟାନ କହିଛନ୍ତି ‘ ମ୍ୟାମ୍‌ ଆପଣ କାହିଁକି ଏତେ ସୁନ୍ଦର’ !

 

View this post on Instagram

 

Mood❤️ #loveyourself

A post shared by bipashabasusinghgrover (@bipashabasu) on

ଏବେ ବଲିଉଡର ବ୍ଲାକ ବିୟୁଟି ବିପାଶ ସ୍ୱାମୀ କରନଙ୍କ ସହିତ କ୍ୱାରେଣ୍ଟାଇନରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆ ଜରିଆରେ ଫ୍ୟାନଙ୍କ ସହିତ ଜଡିତ ହୋଇରହିଛନ୍ତି। ସୂଚନାଯୋଗ୍ୟ, ବିପାଶା ୨୦୦୧ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ଜରିଆରେ ବଲିଉଡ ଡେୁବ୍ୟ କରିଥିଲେ। ତା’ ପରେ ସୁପରହିଟ୍‌ ହରର ଫିଲ୍ମ ‘ରାଜ’ପରେ ତାଙ୍କୁ ଅନେକ ସଫଳତା ମିଳିଥିଲା। ଏଥିରେ ବିପାଶାଙ୍କ ବୋଲ୍ଡ ଅବତାର ଦର୍ଶକେ ଦେଖିବାକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.