ମାସ୍କ ପିନ୍ଧିନ କି ସାମାଜିକ ଦୂରତା ମାନୁନ ? ଏହି ଭିଡିଓ ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ

ଆଜ୍ଞା । କରୋନା କାଳରେ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରିଲା ମାତ୍ରେ ମୁହଁରେ ମାସ୍କ ରହିବା ନିହାତି ଜରୁରୀ । ତେଣୁ ଆମ ରାଜ୍ୟ ସରକାର ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେଥିଲାଗି ପୋଲିସ୍ ବି ଫାଇନ୍ କାଟୁଛି । ତଥାପି ଆମର ଅନେକ ଲୋକ ସଚେତନ ହେଉନାହାନ୍ତି । ଅବଶ୍ୟ କିଛି କିଛି ଜାଗାରେ ମାସ୍କ ପିନ୍ଧୁନଥିବା ଲୋକଙ୍କୁ ସାଧାରଣ ଲୋକେ ମଧ୍ୟ ତାଗିଦ କରୁଛନ୍ତି । ତଥାପି କିଛି ଅମାନିଆ ଓ ବେପରୁଆ ମାନିବାକୁ ନାରାଜ । ତେବେ ଏମିତି ଜଣେ ବେପରୁଆଙ୍କୁ କିଭଳି ଶିକ୍ଷା ଦେଇଛନ୍ତି ଜଣେ ବଡି ବିଲଡର୍ ଆସନ୍ତୁ ଦେଖିବା ତାର ଭିଡିଓ ।

ଘଟଣାଟି ବିଦେଶରେ ଘଟିଛି । ଏକ ମେଟ୍ରୋ ଟ୍ରେନ୍‌ରେ ଜଣେ କୃଷ୍ଣକାୟ ବ୍ୟକ୍ତି ଯିଏକି ଜଣେ ବଡିବିଲଡର ବସିଛନ୍ତି । ସେ ମାସ୍କ ପିନ୍ଧି କଣ ପଢ଼ାପଢ଼ି କରୁଛନ୍ତି । ସେତିକି ବେଳେ ଅନ୍ୟ ଜଣେ ଗୋରା ବ୍ୟକ୍ତି ବିନା ମାସ୍କରେ ଆସି ତାଙ୍କ ପାଖରେ ବସିବାକୁ ଯାଉଛନ୍ତି । ମାସ୍କ ତ ନାହିଁ ତା ସହିତ ସାମାଜିକ ଦୂରତା ମଧ୍ୟ ରଖୁ ନାହାନ୍ତି । ତେଣୁ ବଡିବିଲଡର ଜଣକ ତୁରନ୍ତ ନିଜର ଡାହାଣ । ଗୋଡ଼କୁ ଲମ୍ବାଇ ଦେଇ ତାଙ୍କୁ ସିଟ୍‌ରେ ବସିବାକୁ ଦେଉ ନାହାନ୍ତି । ବ୍ୟକ୍ତି ଜଣକ ଯେତେବେଳେ ତାଙ୍କ ବାମ ପଟରେ ବସିବାକୁ ଯାଉଛନ୍ତି ସେତେବେଳ ବଡିବିଲଡର ସଂଗେ ସଂଗେ ନିଜର ବାମ ଗୋଡ଼କୁ ବଢ଼ାଇ ସେହି ଆସନକୁ ମଧ୍ୟ ଅକ୍ତିଆର କରୁଛନ୍ତି । ଏହା ସହିତ ସେ ନିଜର ଫିଟ୍‌ବଡିକୁ ମଧ୍ୟ ଦେଖାଇଛନ୍ତି ।

ବିଚରା କରୋନାରୁ ବେପରୁଆ ବ୍ୟକ୍ତି ଜଣକ ସେଠାରୁ ଚାଲି ଯାଉଛନ୍ତି । ବଡିବିଲଡର ଜଣକ ମୁହଁରେ କହିବା ବଦଳରେ ଖାଲି ସଂକେତରେ ଜଣାଇ ଦେଲେ ଯେ ତୁମେ କରୋନା ଗାଇଡ୍‌ଲାଇନ୍ ମାନୁନ ବୋଲି । ଏହି ଭାଇରାଲ ଭିଡିଓଟି ସେୟାର କରିଛନ୍ତି ଆଇଏଫ୍‌ଏସ୍ ସୁଶାନ୍ତ ନନ୍ଦ । ସତରେ ଏହି ଭିଡିଓ ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.