ସାମାନ୍ୟ ବଢିଛି ସୁନା ମୂଲ୍ୟ, ୧୦ ଗ୍ରାମ ପ୍ରତି ଏତିକି ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟରେ କିଛିଟା ବୃଦ୍ଧି ଘଟିଥିବା ରେକର୍ଡ ହୋଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୫୨୯୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୫୧୯୧୦ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୫୮୩୦ ଟଙ୍କା ଓ ୫୧୨୬୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

Gold Jewellery- "A Fashion Statement" | UdaipurBlog

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୨୯୧୦ ଟଙ୍କା ଓ ୫୧୯୧୦ଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୩୨୧୦ ଟଙ୍କା ଓ ୫୨୨୧୦ ଟଙ୍କା ଥିବା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ

ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୫୮୩୦ ଟଙ୍କା ଓ ୫୧୨୬୦ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୩୮୧୦ ଟଙ୍କା ଓ ୫୨୫୧୦ ଟଙ୍କା ଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ସାମାନ୍ୟ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ୬୫୦୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.