ଲଞ୍ଚ୍‌ ହେଲା କରୋନାର ନୂଆ ଔଷଧ, ହାଲ୍‌କା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ହେବ ବ୍ୟବହାର, ଦାମ୍‌ ମାତ୍ର ୩୫ ଟଙ୍କା

କରୋନା ଭାଇରସ୍‌ର ସଂକ୍ରମଣ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ଏବେ ତିଆରି ହୋଇଛି କରୋନା ଔଷଧ। ମେଡିସିନ୍‌ ନିର୍ମାତା କମ୍ପାନୀ ସନ୍‌ ଫାର୍ମା କରୋନା ରୋଗୀଙ୍କ ପାଇଁ ଫ୍ଲୁଗାର୍ଡ ନାମକ ଔଷଧ ଲଞ୍ଚ୍‌ କରିଛି। ଆଜି କମ୍ପାନୀ ତରଫରୁ ଏହି ମେଡିସନ୍‌ ଲଞ୍ଚ୍‌ କରାଯାଇଛି। ଭାରତୀୟ ବଜାରରେ ଏହାର ଗୋଟିଏ ଟାବ୍‌ଲେଟ୍‌ର ମୂଲ୍ୟ ୩୫ ଟଙ୍କା ରହିଛି।

ଖବର ମୁତାବକ ହାଲ୍‌କା ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ଏହି ମେଡିସିନ୍‌ ମାଧ୍ୟମରେ ସମ୍ଭବ। ଏହି ମେଡିସିନ୍‌ ଫ୍ୟାଭିପିରାଭିରର ଏକ ଭର୍ସନ। ଫ୍ୟାଭିପିରାଭିର ଏକମାତ୍ର ଏଭଳି ଔଷଧ ଯାହାକୁ ଭାରତରେ ଆଣ୍ଟି ଭାଇରାଲ ଚିକିତ୍ସା ପାଇଁ ଅନୁମତି ମିଳିଛି। ଏହି ଫ୍ଲୁଗାର୍ଡ ଟାବ୍‌ଲେଟ୍‌ରେ ଫ୍ୟାଭିପିରାଭିର ୨୦୦ ଏମ୍‌ଜିର ଡୋଜ୍‌ ରହିଛି। କୁହାଯାଉଛି ଯେ ଏହି ମେଡିସିନ୍‌ର ଦାମ୍‌ ଶସ୍ତା ଥିବାରୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ କିଣିପାରିବେ।

कोरोनावायरस दवा अद्यतन

କମ୍ପାନୀ ତରଫରୁ ଏଭିଗନ୍‌ ନାମରେ ଏହି ମେଡିସିନ୍‌ ବିକ୍ରି କରାଯାଉଛି। ଏହି ମେଡିସିନ୍‌ର ବ୍ୟବହାର ଇନ୍‌ଫ୍ଲୁଏଞ୍ଜାର ଚିକିତ୍ସା ପାଇଁ କରାଯାଉଛି। କିଛି ଦିନ ତଳେ ଟ୍ରାଏଲ ବେଳେ କରୋନା ରୋଗୀଙ୍କ ଠାରେ ଏହି ମେଡିସିନ୍‌ ଭଲ କାମ କରିଥିଲା। ଏଣୁ ବିଧିବଦ୍ଧ ଭାବେ ଆଜି ଏହାର ବଜାର ପ୍ରବେଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.