ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା: ୨ଜଣ ପାଇଲଟଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ଜଣ ପାଇଲଟଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟ ହେଉଛନ୍ତି ଦୀପକ ବସନ୍ତ ସାଠେ । ସେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ୫୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଅବସରପ୍ରାପ୍ତ ବାୟୁସେନାର ପାଇଲଟ ଦୀପକ ସାଠେଙ୍କ ହାତରେ ଥିଲା ଦାୟିତ୍ୱ। A737 ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯୋଗଦେବା ପୂର୍ବରୁ ଦୀପକ ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌ ୨୧ରେ ପାଇଲଟ ଥିଲେ।

1

ସେ ବାୟୁସେନାର ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ଥିଲେ। ତାଙ୍କୁ ୧୯୮୧ ଜୁନ୍‌ ୧୧ରେ ବାୟୁସେନାରେ କମିଶନ ମିଳିଥିଲା ଏବଂ ୨୨ବର୍ଷ ସେବା ପରେ ୨୦୦୩ ଜୁନ୍‌ ୩୦ରେ ଅବସର ନେଇଥିଲେ। କାର୍ଯ୍ୟରେ ନିପୁଣତା ପାଇଁ ତାଙ୍କୁ ସୋର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ୧୯୮୧ରେ ସେ ହାଇଦ୍ରାବାଦ ନିକଟରେ ଥିବା ଦୁଣ୍ଡିଗଲ ଏୟାର ଫୋର୍ସ ଏକାଡେମୀରୁ ଗ୍ରାଜୁଏଟ୍‌ ହୋଇଥିଲେ। ଅନେକ ପାଇଲଟଙ୍କ ପାଇଁ ସେ ଥିଲେ ଆଦର୍ଶ । ସୂଚନା ଥାଉକି, କେରଳ କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ବେଳେ ରନେଓ୍ଵରୁ ଡେଇଁ ଦୁଇ ଖଣ୍ଡ ହୋଇ ଯାଇଛି ବିମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.