ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ

ସାଲେପୁର(କେନ୍ଯୁଜ୍): ସାଲେପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁ କେନାଲରେ ନିଜ ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ। ମୃତକ ଜଣକ ହେଲେ ମିର୍ଜାପୁର ଗ୍ରାମର ଲୋକନାଥ ଲେଙ୍କାଙ୍କ ପୁଅ ସୁନୀଲ କୁମାର ଲେଙ୍କା ବୋଲି ଜଣାପଡିଛି। ତେବେ କେନାଲରେ ଅଳ୍ପ ପାଣି ଥିବାରୁ ପରିବାର ଲୋକ ମୃତ୍ଯୁକୁ ନେଇ ସନ୍ଦେହ କରୁଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.