Below header

ବିଦେଶରେ ଗଣେଶଙ୍କ ମୂର୍ତ୍ତିଙ୍କୁ ଭାଙ୍ଗିଲେ ମହିଳା, କହିଲେ ‘ମୁସଲିମ୍‌ ଦେଶରେ ହିନ୍ଦୁ ଠାକୁରଙ୍କ କି କାମ?’; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ହିନ୍ଦୁଙ୍କ ଆରାଧ୍ୟ ଦେବତା ଗଣେଣଙ୍କ ମୂର୍ତ୍ତିକୁ ଭାଙ୍ଗୁଥିବା ଦେଖାଯାଇଛି। ଭିଡିଓର ପୂରା କାହାଣୀ ଏବେ ସାମ୍ନାକୁ ଆସିଛି ଓ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

ଭିଡିଓଟି ବାହାରିନ୍‌ର ରାଜଧାନୀ ମନାମାର ବୋଲି ଜଣାଯାଇଛି। ପୋଲିସ ମୁତାବକ ଏଠାକାର ଜଫର ଅଞ୍ଚଳରେ ଥିବା ଏକ ଦୋକାନରେ ଜଣେ ୫୪ ବର୍ଷୀୟା ମହିଳା ଜାଣିଶୁଣି ହିନ୍ଦୁ ଦେବତା ଗଣେଶଙ୍କ ପ୍ରତିମାକୁ ଭାଙ୍ଗିଛନ୍ତି। ମହିଳାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲାରେ ରୁଜୁ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଛି। ତେବେ ମହିଳା ଜଣକ ମଧ୍ୟ ମୂର୍ତ୍ତି ଭାଙ୍ଗିଥିବା ନେଇ ସ୍ୱୀକାର କରିଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଦୋକାନରେ ଥୁଆ ହୋଇଥିବା ଗଣେଶଙ୍କ ମୂର୍ତ୍ତିକୁ ଦେଖି ରାଗିଯାଉଛନ୍ତି। ପରେ ସେ ମୂର୍ତ୍ତିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ତଳକୁ ଫିଙ୍ଗି ଭାଙ୍ଗୁଛନ୍ତି। ଏହି ସମୟରେ ସେ କହୁଛନ୍ତି ‘ଏହା ଏକ ମୁସ୍‌ଲିମ୍‌ ଦେଶ। ମୁଁ ଦେଖିବି କିଏ ଏହି ମୂର୍ତ୍ତିକୁ ପୂଜା କରିବ। ଡାକ ପୋଲିସକୁ’। ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କୁ ଗିରଫ କରିବାକୁ ଦାବି ହେଉଛି।

ganesh2

ଅନ୍ୟପଟେ ବାହାରିନ୍‌ର ରାଜାଙ୍କ ପରାମର୍ଶଦାତା ଖାଲିଦ ଅଲଖଲିଫା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମହିଳାଙ୍କ କାମକୁ ସେ ଅନୁଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଧାର୍ମିକ ପ୍ରତୀକକୁ ଭାଙ୍ଗିବା ବାହାରିନ୍‌ ଲୋକଙ୍କ ସ୍ୱଭାବ ନୁହେଁ। ଏହା ଏକ ଅପରାଧ। ଏଠାରେ ସବୁଧର୍ମକୁ ସମାନ ସମ୍ମାନ ଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.