Below header

ଜୁଆରିଆ ନଈ ଡୁବୁଡୁବି ଉପରେ ବିପଦ ପୂର୍ଣ୍ଣ ଯାତ୍ରା, ଶୀଘ୍ର ପୋଲ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବି

ବାଲେଶ୍ଵର(କେନ୍ଯୁଜ୍): ଜୁଆରିଆ ନଈ ଡୁବୁଡୁବି ଉପରେ ବିପଦ ପୂର୍ଣ୍ଣ ଯାତ୍ରା । ଗୋଟିଏ ଡଙ୍ଗାରେ ପାର ହେବା ପାଇଁ ନିର୍ଭର କରୁଛନ୍ତି ଗାଡ଼ି ମଣିଷ ସମସ୍ତେ । ଅପରପକ୍ଷେ ନଈ ଉପରେ ପୋଲ ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ପାଇଁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ କାମ ଆରମ୍ଭ ହୋଇଛି କିନ୍ତୁ କାର୍ଯ୍ୟ ବିଳମ୍ବକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ପୋଲ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

riverପ୍ରଖର ଶ୍ରୋତ ଓ ଜୁଆରିଆ ନଈ ବାଲେଶ୍ଵର ଜିଲ୍ଲାର ଡୁବୁଡୁବି ନଈ । ସମୁଦ୍ରକୁ ସଂଲଗ୍ନ ହୋଇଥିବା ଏହି ନଈର ଓସାର ସିନା କମ୍ ହେଲେ ଗଭୀରତା ଖୁବ୍ ଅଧିକ । ଆଉ ୟା ଉପରେ ପ୍ରତିଦିନ ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବେ ଯାତ୍ରା କରନ୍ତି ସ୍ଥାନୀୟ ୧୧ ଟି ପଞ୍ଚାୟତର ହଜାର ହଜାର ଲୋକ । ଡାକ୍ତରଖାନା ହେଉ ଅବା ବଜାର ଏବଂ ସ୍କୁଲ ଓ କଲେଜ ଯିବା ପିଲାଙ୍କର ପ୍ରମୁଖ ମାଧ୍ୟମ ସାଜିଛି ଏହି ଡଙ୍ଗା । ସ୍ଥାନୀୟ ଅଂଚଳର ଲୋକଙ୍କୁ କେବଳ ଏହି ଗୋଟିଏ ଡଙ୍ଗା ସେବା ଯୋଗାଉଥିବା ବେଳେ ରାତି ୮ ଟା ପରେ ବନ୍ଦ ହୋଇଯାଏ । ତା ପରେ ବଢିଯାଏ ଲୋକଙ୍କ ଦୁର୍ଦ୍ଦଶା । ସୁବିଧା ଅସୁବିଧାରେ ବାଲେଶ୍ଵର ସହରକୁ ଯିବାକୁ ପୁଣି ଲୋକଙ୍କୁ ୬୦ କିଲୋମିଟର ବୁଲି ଯିବାକୁ ପଡେ । ହେଲେ ଦୀର୍ଘଦିନର ଲୋକଙ୍କ ଦାବି ପରେ ଶେଷରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏବେ କାର୍ଯ୍ୟ ପୁଣି ବନ୍ଦ ଯୋଗୁ ପୋଲ ନିର୍ମାଣ ହେବ କି ନାହିଁ ସେନେଇ ପୁଣି ଲୋକେ ଅନିଶ୍ଚିତତା ଭିତରେ ।

boat1ଏନେଇ ପୋଲ ନିର୍ମାଣ କାର୍ଯ୍ୟ ଗତ ୧୩ ଡିସେମ୍ବର ୨୦୧୭ ରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ଡିସେମ୍ବର ୨୦୨୦ ରେ ସମ୍ପୂର୍ଣ୍ଣ ହେବ ବୋଲି ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ଏବେ କରୋନା କଟକଣା ପାଇଁ କାମ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି । ତେବେ ଖୁବ୍ ଶୀଘ୍ର କାର୍ଯ୍ୟ ଶେଷ ହେବାକୁ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.