ନୂଆଦିଲ୍ଲୀ: କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। କଂଗ୍ରେସର ୨୩ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅଛନ୍ତି। କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତିି।
ଯୁବ ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ଣ୍ଣାୟକ ଭାବରେ ଭୋଟ୍ ଦେଇଥିବା ଚିଠିରେ ଦର୍ଶାଯାଇଛି। ଯୁବ ଭୋଟରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି। ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ୱ ଉପରେ ଏହି ଚିଠିରେ ଉଲ୍ଲେଖ ରହିଛି। କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ କଂଗ୍ରେସର ବରିଷ୍ଠ ନେତା। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, କପିଲ ଶିବଲ, ପୂର୍ବତନ ମନ୍ତ୍ରୀ ଅନନ୍ତ ଶର୍ମା, ମନିଷ ତିୱାରୀ, ଶଶୀ ଥରୁର, ବିବେକ୍ ତନ୍ଖା ଚିଠିରେ ଦସ୍ତଖତ କରିଛନ୍ତି।
ସିଡବ୍ଲୁସି ସଦସ୍ୟ ମୁକୁଲ୍ ୱାସନିକ୍, ଜିତେନ୍ ପ୍ରସାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡା, ରାଜେନ୍ଦ୍ର କୌର ଭଟ୍ଟାଲ, ଏମ୍. ଭିରପ୍ପା ମୋଇଲି, ପୃଥ୍ଵୀରାଜ ଚୌହାନ୍, ପି. ଜେ କୁରିଆନ୍, ଅଜୟ ସିଂ , ରେଣୁକା ଚୌଧୁରୀ , ମିଲିନ୍ଦ ଦୌରା, ପୂର୍ବତନ ପିସିସି ମୁଖ୍ୟ ରାଜ ବାବର, ଅରବିନ୍ଦ ସିଂହ ସଭ୍ଲି, କୌଲ ସିଂ ଠାକୁର, ଅଖିଲେଶ ପ୍ରସାଦ ସିଂହ, ପୂର୍ବତନ ହରିୟାନା ବାଚସ୍ପତି କୁଲଦୀପ ଶର୍ମା ଓ ପୂର୍ବତନ ଦିଲ୍ଲୀ ବାଚସ୍ପତି ଯୌଗାନନ୍ଦ ଶାସ୍ତ୍ରୀ, ପୂର୍ବତନ ସାଂସଦ ସନ୍ଦିପ୍ ଦିକ୍ଷୀତ ଚିଠିରେ ଦସ୍ତଖତ କରିଛନ୍ତି।