NEET ଓ JEE ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍ଡାଉନ ଓ ଲକ୍ଡାଉନ, କଟକଣା ଲାଗୁ ନ କରିବାକୁ SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: NEET ଓ JEE ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା । ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍ଡାଉନ ଓ ଲକ୍ଡାଉନ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ କଟକଣା କୋହଳ କରାଯିବ। କଟକଣା ଲାଗୁ ନ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୭ ମଧ୍ୟରେ ରାଜ୍ୟର ୭ଟି ସହରର ୨୬ଟି ସେଣ୍ଟରେ ପରୀକ୍ଷା ହେବ ।
ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ କଟକଣା କୋହଳ କରାଯାଇଛି। ଘରୁ ପରୀକ୍ଷା କେନ୍ଦ୍ର ଯାଏ ନିଜସ୍ୱ ଗାଡ଼ିରେ ଯାଇପାରିବେ। ଯାତାୟାତ ପାସ୍ ଭାବେ ଆଡମିଟ କାର୍ଡ ବ୍ୟବହାର କରିହେବ। ପରୀକ୍ଷା କେନ୍ଦ୍ରରେ ସମସ୍ତେ କୋଭିଡ ନିୟମ ମାନିବେ। ସେଣ୍ଟର ବାହାରେ ଜିଲ୍ଲା ପ୍ରଶାସନ ତଦାରଖ କରିବେ। ପରୀକ୍ଷା କେନ୍ଦ୍ରରେ ହଷ୍ଟେଲ ସୁବିଧା ରହିଛି । ପରୀକ୍ଷାର୍ଥୀ ଓ ଅଭିଭାବକ ମାଗଣା ରହିପାରିବେ । ଏଥର ରାଜ୍ୟର ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଉଛନ୍ତି ।