ଭାରତୀୟ ବାୟୁସେନାରେ ଏୟାରମ୍ୟାନ୍ ଗ୍ରୁପ୍ ଏକ୍ସରେ ବିଭିନ୍ନ ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୮ ସେପ୍ଟେମ୍ବର,୨୦୨୦ରୁ ଆରମ୍ଭ ହେଉଛି। ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ପୋଷ୍ଟ ପାଇଁ କେବଳ ଅବିବାହିତ ପୁରୁଷ ହିଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ…
- ଆବେଦନ ଆରମ୍ଭ-୮ ସେପ୍ଟେମ୍ବର ୨୦୨୦ ଦିନ ୧୧ଟା
- ଆବେଦନ ଶେଷ-୧୦ ସେପ୍ଟେମ୍ବର ୨୦୨୦ ସନ୍ଧ୍ୟା ୫ଟା
- ପରୀକ୍ଷା ତାରିଖ-୨୩ ସେପ୍ଟେମ୍ବର, ୨୦୨୦ରୁ ୪ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ
- ପଦ ନାମ-ଗ୍ରୁପ ଏକ୍ସ (ଏକ୍ସେପ୍ଟ ଏଜୁକେସନ୍ ଇନ୍ଷ୍ଟ୍ରକଟର)
- ବୟସ ସୀମା-୧୭ ଜାନୁଆରୀ ୨୦୦୦ରୁ ୩୦ ଡିସେମ୍ବର ୨୦୦୩ ମଧ୍ୟରେ ଜନ୍ମିତ ପିଲା ଏହି ପଦ ପାଇଁ ଆବେଦନ କରିପାରିବେ
- ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ଦୁଇ ବିଜ୍ଞାନ/ଡିପ୍ଲୋମା ଇଞ୍ଜିନିୟରିଂ
- ଦରମା- ପ୍ରଶିକ୍ଷଣ ବେଳେ ୧୪,୬୦୦, ପ୍ରଶିକ୍ଷଣ ପରେ ୩୩,୧୦୦
- ପରୀକ୍ଷା ସ୍ଥାନ:
କର୍ଣ୍ଣାଟକ- ମନିକଶା ପରେଡ୍ ଗ୍ରାଉଣ୍ଡ, ବାଙ୍ଗାଲୋର
ଓଡ଼ିଶା-ପୋଲିସ ଟ୍ରେନିଂ କଲେଜ, ଅନୁଗୁଳ - ଚୟନ ପ୍ରକ୍ରିୟା- ଅନ୍ଲାଇନ୍ ଲିଖିତ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍ସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।