ପୁଣି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆଜିଠୁ ବର୍ଷା ! ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆଜିଠୁ ବର୍ଷା ସମ୍ଭାବନା । ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେଥିଲାଗି ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିିଛି।

rain imagesସୂଚନା ଥାଉକି, ଗତ କିଛି ଦିନ ତଳେ ଲଘୁଚାପ ବର୍ଷା ଫଳରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ବନ୍ଯା ସ୍ଥିତି ଉପୁଯିଛି । କିନ୍ତୁ ବର୍ଷା ଛାଡିଯିବା ପରେ ତାତି ଆଉ ଗୁଳୁଗୁଳି ଜାରି ରହିଥିଲା ସାରା ଓଡ଼ିଶାରେ । ତାହା ପୁଣି ଭାଦ୍ରବ ମାସ ଓ ଅଗଷ୍ଟ ଶେଷ ଭାଗରେ । ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ଯାହା ଆଉ ଏକ ଲଘୁଚାପର ପୂର୍ବ ସୂଚନା ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.