କରୋନା କାଳରେ ଗୁପଚୁପ ବିକାଳିଙ୍କ ଅଜବ ଯୋଗାଡ଼ ! ଆପଣଙ୍କୁ ବି ଆସିବ ପସନ୍ଦ, ଦେଖନ୍ତୁ Video

କରୋନା କାଳରେ ଲୋକେ ଏବେ ଷ୍ଟ୍ରୀଟ ଫୁଡକୁ ମିସ କରୁଛନ୍ତି। ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଗୁପଚୁପ ବିକିବାରେ ଏକ ଅଜବ ଉପାୟ ବାହାର କରିଛନ୍ତି। ଛତିଶଗଡ଼ର ଏହି ଗୁପଚୁପ ବିକାଳି ଦୋକାନରେ ଅଟୋମେଟିକ ମେସିନ ଲଗାଇଛନ୍ତି, ଯଦ୍ଦ୍ୱାରା ଗ୍ରାହକ ବିନା କୌଣସି ଟଚରେ ଗୁପଚୁପ ଖାଇପାରିବେ।

ଏହି ଭିଡ଼ିଓକୁ ଆଇଏଏସ ଅଫିସର ଅବନିଷ ଶରଣ ନିଜ ଟୁଇଟରରେ ସେୟାର କରିଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ଗୁପଚୁପ ବିକାଳି ହାତରେ ଗୋଭସ ପିନ୍ଧି ଗ୍ରାହକଙ୍କୁ ଗୁପଚୁପ ଦେଉଛନ୍ତି। ଏହାପରେ ଲୋକଙ୍କୁ ମେସିନ ଜରିଆରେ ପାଣି ନେବାକୁ କହୁଛନ୍ତି। ସେପଟେ ଗ୍ରାହକ ଆରାମରେ ନିଜ ମନ ପସନ୍ଦର ପାଣି ପୁରାଇ ଗୁପଚୁପ ଖାଉଛନ୍ତି।

ଶରଣ ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ତେଲିବାନ୍ଧା ରାୟପୁରର ଅଟୋମେଟିକ ଗୁପଚୁପ ଵାଲା। ଅଜବ ଯୋଗାଡ଼’। ଏହି ଭିଡ଼ିଓକୁ ସେ ୧୫ ସେପ୍ଟେମ୍ବରରେ ସେୟାର କରିଥିଲେ। ଏହାକୁ ଏ ପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଭିୟୁ ମିଳିସାରିଲାଣି। ସେହିପରି ୩.୫ରୁ ଅଧିକ ଲାଇକ୍ସ ଏବଂ ୬୦୦ରୁ ଅଧିକ ରିଟୁଇଟ ହୋଇସାରିଲାଣି। ଲୋକଙ୍କୁ ଏହି ଯୋଗାଡ଼ ଖୁବ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.