ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତରେ ଚାଲିଗଲା ଏହି ଅଭିନେତାଙ୍କ ଜୀବନ, ଖୁବ କମ ବୟସରେ ହୋଇପାରିଥିଲେ ଲୋକପ୍ରିୟ

ଚଳିତବର୍ଷ ଅର୍ଥାତ ୨୦୨୦ ଗ୍ଲାମର ଦୁନିଆ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଗୋଟିଏ ପଟେ ଫିଲ୍ମ ଉପରେ କରୋନାର ମାଡ଼ ପଡିଥିବା ବେଳେ ଅନ୍ୟପଟେ ଇଣ୍ଡଷ୍ଟ୍ରୀର ବହୁ ମାନ୍ୟଗଣ୍ୟ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିସାରିଛି। ଏବେ ଆଉ ଏକ ଦୁଃଖ ଖବର ମଲୟାଲମ ଟିଭି ଇଣ୍ଡଷ୍ଟ୍ରୀରୁ ଆସିଛି। ‘ମିନୁକେତୁ’, ‘ଅମାଲା’ ଏବଂ ‘ସ୍ୱାମୀ ଅୟାପନ’ ଭଳି ଟିଭି ଶୋ’ରେ ନଜର ଆସିଥିବା ଅଭିନେତା ସବରୀ ନାଥନଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୩ ବର୍ଷ ବୟସରେ ଏହି ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି।

g

ଖବର ମୁତାବକ, ସବରୀ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସବରୀଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ। ସବରୀ ନିଜ ଆକ୍ଟିଂ କ୍ୟାରିୟର ‘ମିନୁକେତୁ’ରୁ ଆରମ୍ଭ କରିଥିଲେ। ଏହି ଶୋ’ରେ ସେ ଆଦିତ୍ୟନ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ।

 

View this post on Instagram

 

My heart felt condolences Still can’t believe 🙏🙏🙏🙏

A post shared by Shiju AR (@ar.shiju_official) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.