କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୩୭ ନୂଆ ମାମଲା, ୧୨୪୭ ମୃତ

ଦେଶରେ କିଛି ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା ଲଗାତାର ଭାବେ ବଢିଚାଲିଥିବା ବେଳେ ଶନିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି ଶନିବାର ୯୩ ହଜାର ୩୩୭ ନୂଆ ମାମଲା ସାମ୍ନାକୁ ଆସିଛି ଏହାକୁ ମିଶାଇ ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୫୩
ଲକ୍ଷ ପାର ହୋଇଛି କିନ୍ତୁ ଅସ୍ବସ୍ତିକର ବିଷୟ ଯେ ଦେଶରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ସେହି ଅନୁପାତରେ ସୁସ୍ଥତା ହାର ବି ବଢି ବଢି ଚାଲିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୧୨୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୃତକ ସଂଖ୍ୟା ୮୫ ହଜାର ୬୧୯ ପାର ହୋଇଛି

ଅନ୍ୟ ପକ୍ଷରେ ଦେଶରେ ସଂକ୍ରମିତ ମାମଲା ବଢି ୫୩ ଲକ୍ଷ ୮ ହଜାର ୧୫ ଛୁଇଁଥିବା ବେଳେ ୧୦ ଲକ୍ଷ ୧୩ ହଜାର ୯୬୪ ଜଣଙ୍କ ଚିକିତ୍ସା ଚାଲିଛି ଯେବେକି ପାଖାପାଖି ୪୨ ଲକ୍ଷ ସୁସ୍ଥତା ଲାଭ କରି ଫେରିଛନ୍ତି ଶନିବାର ଗୋଟିଏ ଦିନରେ ହିଁ ୯୫ ହଜାର ୮୮୦ ଜଣ ସୁସ୍ଥତା ଲାଭ କରିଥିବା ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ସୁସ୍ଥତା ହାର ବଢି ୭୯.୨୮ ପ୍ରତିଶତ ଛୁଇଁଥିବା ବେଳେ ମୃତ୍ୟୁହାର ହ୍ରାସ ପାଇ ୧.୬୧ ଛୁଇଁଛି ଯେବେକି ଦେଶର ବିଭିନ୍ନ ପ୍ରାନ୍ତରେ ୧୯.୧୦ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଚାଲିଛି

 

Leave A Reply

Your email address will not be published.