କରୋନାକୁ ମାତ୍‌ ଦେଲେ ମଲାଇକା ଅରୋରା, ୨ ସପ୍ତାହ ପରେ ସୁସ୍ଥ ହୋଇ ସେୟାର କଲେ ଫଟୋ

କରୋନାକୁ ହରାଇଲେ ମଲାଇକା ଅରୋରା। କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ଅଭିନେତ୍ରୀ ମଲାଇକା ଏବେ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ମଲାଇକା ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ବେଶ୍‌ ଫ୍ରେସ୍‌ ଲାଗୁଛନ୍ତି।

 

View this post on Instagram

 

🙏😷

A post shared by Malaika Arora (@malaikaaroraofficial) on

ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ମୁହଁରେ ମାସ୍କ ଲଗାଇଥିବା ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଦୀର୍ଘ ଦିନ ପରେ ମୁଁ ରୁମ୍‌ରୁ ବାହାରିଛି। ଏହା ନିଜ ଭିତରେ ଏକ ଆଉଟିଂ ଭଳି ଲାଗୁଛି। ଖୁବ୍‌ ଖୁସି ଲାଗୁଛି। ମୁଁ ଏହି ଭାଇରସ୍‌ରୁ କମ୍‌ ଯନ୍ତ୍ରଣା ଓ ଚିନ୍ତା ପରେ ବାହାରକୁ ବାହାରିଛି। ଡାକ୍ତରଙ୍କୁ ବହୁତ ବହୁତ ଧନ୍ୟବାଦ’।

ସୂଚନାଯୋଗ୍ୟ ଯେ କରୋନା ଆକ୍ରାନ୍ତ ହୋଇ ମଲାଇକା ଅରୋରା ୧୪ ଦିନ ତଳେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସେ ନା ଘରୁ ବାହାରୁଥିଲେ ନା ସୋସିଆଲ ମିଡିଆ ବ୍ୟବହାର କରୁଥିଲେ। ତେବେ ମଲାଇକାଙ୍କ ପରେ ଅର୍ଜୁନ କପୁର ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ସେ ବି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Leave A Reply

Your email address will not be published.