ବ୍ୟାଙ୍କ ଷ୍ଟେଟମେଣ୍ଟରୁ ହେଲା ଏକ ବଡ଼ ଖୁଲାସା, କୁଆଡ଼େ ଗଲା ସୁଶାନ୍ତଙ୍କ ଆକାଉଣ୍ଟରୁ ୫୧ କୋଟି ଟଙ୍କା

ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେରର ଆରୋପ ଲାଗିଥିବା ଘଟଣା ତ ସମସ୍ତଙ୍କୁ ଜଣା । ଏନେଇ ରିୟାଙ୍କୁ ସିବିଆଇ ବାରମ୍ବାର ପଚରାଉଚୁରା କରିବା ସହ ରିୟା ଡ୍ରଗ୍ସ କାରବାରରେ ଜଡିତ ଥିବା କଥା ପଦାକୁ ଆସିବା ସହ ଏନେଇ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ଅନ୍ୟ ମାନଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୧୫ କୋଟି ବ୍ୟତୀତ ସୁଶାନ୍ତଙ୍କ ଆକାଉଣ୍ଟରୁ ଆଉ ଏକ ବଡ ଧରଣର ଅର୍ଥ ହେରଫେର ହୋଇଥିବା ଭଳି ତଥ୍ୟ ପଦାକୁ ଆସିଛି । ଏଥର କିନ୍ତୁ ସୁଶାନ୍ତଙ୍କ ଆକାଉଣ୍ଟରୁ ପାଞ୍ଚ କି ଦଶ କୋଟି ନୁହେଁ ବରଂ ୫୧ କୋଟି ଟଙ୍କା ହେରଫେର ହୋଇଛି ।

Sushant Singh Rajput Suicide Case Latest Update: Bandra Police Questions  Dil Bechara co-star Sanjana Sanghi | India.com

ନିକଟରେ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ହାତରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବର ୬ ଦିନର ବ୍ୟାଙ୍କ ଷ୍ଟେଟମେଣ୍ଟ ପଦାକୁ ଆସିଛି । କିନ୍ତୁ ଏହି 6 ଦିନ ପୂର୍ବରୁ ସୁଶାନ୍ତଙ୍କ ଜୀବନରୁ ରିୟା ବାହାରି ଯାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି ସୁଶାନ୍ତଙ୍କ ଆକାଉଣ୍ଟରୁ ଏହି ଟଙ୍କା ହେରଫେର ହୋଇଥାଏ ତେବେ ଏହାକୁ ହଡପ କଲା କିଏ ? ଖାଲି ଏତିକି ନୁହେଁ ଆଉ ଏକ ବିସ୍ମୟକର ତଥ୍ୟ ବି ପଦାକୁ ଆସିଛି । ତାଙ୍କର କେତେକ ନିକଟ ସମ୍ପର୍କୀୟଙ୍କ ଅନୁଯାୟୀ ମୃତ୍ୟୁ ପୂର୍ବରୁ ପାଞ୍ଚ ଛ ଦିନ ସୁଶାନ୍ତ ନିଜ କର୍ମଚାରୀ ମାନଙ୍କୁ କେମିତି ଦରମା ଦେବେ ସେହି ଚିନ୍ତାରେ ରହୁଥିଲେ । ହୁଏତ ଏହି ସମୟରେ ତାଙ୍କ ନିକଟରେ ଆଦୌ ଟଙ୍କା ନଥିଲା । ତେବେ ସନ୍ଦେହ ଉଠୁଛି ଏହି ଘଟଣା ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ମୂଳ କାରଣ ନୁହେଁ ତ । ଟଙ୍କା ପାଇଁ ହିଁ କେବଳ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତ ।

ଏତେ ବଡ଼ ମୂଲ୍ୟର ଟଙ୍କା ସୁଶାନ୍ତଙ୍କ ଆକାଉଣ୍ଟରୁ ଗାଏବ କଲା କିଏ । ଏହି ଘଟଣାର ତନାଘନା ବର୍ତ୍ତମାନ ସମୟରେ ଜାରି ରହିଥିବା ବେଳେ ଏହି ଘଟଣା ପଛରେ ପ୍ରକୃତରେ ଦାୟୀ କିଏ ସେନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି । କହିରଖିବା ଉଚିତ ହେବାଯେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ସମୟରେ ଏନସିବି ବା ନର୍କଟିକସ କଣ୍ଟ୍ରୋଲ ବ୍ୟୁରୋ ଅଧୀନରେ ଥିବା ବେଳେ ତାଙ୍କୁ ଭାୟଖଲା ଜେଲରେ ରଖାଯାଇଛି । ପଚରାଉଚୁରା ସମୟରେ ରିୟା ସ୍ୱୀକାର କରିଛନ୍ତିଯେ, ସେ ଡ୍ରଗ୍ସ କାରବାରରେ ଲିପ୍ତ ରହିବା ସହ ନିଜେ ମଧ୍ୟ ସେବନ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.