ପୁଣି ମହାରାଷ୍ଟ୍ରରେ ଭୁଶୁଡ଼ିଲା କୋଠା: ୧୦ମୃତ, ଆହୁରି ୨୦ରୁ ୨୫ ଲୋକ ଫସିରହିଥିବା ଅନୁମାନ

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଅଘଟଣ । ହଠାତ୍ ଭୁଶୁଡିଲା କୋଠା । ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ କୋଠା ଭୁଶୁଡ଼ି ପାଖାପାଖି ୧୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ଭଗ୍ନାବଶେଷ ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୨୦ରୁ ୨୫ ଲୋକ ଫସିରହିଥିବା ଅନୁମାନ କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ରାତି ପ୍ରାୟ ୩ଟା ୩୦ରେ ଏହି ଘଟଣା ଘଟିଥିବା ଜଣାପଡିଛି। NDRFର ୨ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପୂର୍ବରୁ ଏହି ବିଲ୍ଡିଂକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା। ବିଲ୍ଡିଂରେ ଆବଶ୍ୟକତା ଠାରୁ ଅଧିକ ଲୋକ ରହୁଥିଲେ। ୧୯୮୪ ମସିହାରେ ନିର୍ମାଣ ହୋଇଥିବା ଏହି ବିଲ୍ଡିରେ ପ୍ରାୟ ୨୧ଟି ପରିବାର ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.