ନୂଆଦିଲ୍ଲୀ: କରୋନା ଯୋଦ୍ଧାମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ମିଳିବ ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି । ଏହି ନିଷ୍ପତ୍ତି ଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଉଦାହରଣ ପାଲଟିଛନ୍ତି ।
ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି । ଫନି, ହୁଡହୁଡ, ପାଇଲିନ ହେଉ ଅବା ବନ୍ୟା ହେଉ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଲୋକସଭାରେ ସ୍ୱର ଉତ୍ତୋଳନ କରିଛି ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଦିଲ୍ଲୀ ବ୍ୟୁରୋ ଚିଫ୍ ଆଶୁତୋଷ ରାଉତ