ଏକ୍ସପର୍ଟଙ୍କ ବଡ଼ ଖୁଲାସା: ମାନବ ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ କରୋନା ଭାଇରସ ! ବାରମ୍ବାର ହାତ ଧୋଇବା ଜରୁରୀ

କରୋନା ଭାଇରସ ସଂକ୍ରମଣରୁ ନା ଭାରତ ମୁକ୍ତ ହୋଇଛି ନା ବିଶ୍ୱ। ସମସ୍ତ ଦେଶ ନାନା ପ୍ରଚେଷ୍ଟା କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନାହିଁ। ଏହାରି ଭିତରେ ଏକ ଅଧ୍ୟୟନରୁ ଏହି କଥା ସାମ୍ନାକୁ ଆସିଛି କି, SARS-COV-2 ଭାଇରସ ମାନବ ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରିବ। SARS-COV-2 ଭାଇରସ ହିଁ କୋଭିଡ-୧୯ ହୋଇଥାଏ।

ii

ବିଶେଷଜ୍ଞମାନେ କହିଛନ୍ତି, Influenza a virus (IAV) ମାନବ ତ୍ୱଚାରେ ୨ ଘଣ୍ଟା ଜୀବିତ ରହିପାରିବ। ଏହି ବିଶେଷଜ୍ଞ ଟିମରେ ଜାପାନସ୍ଥିତ Kyoto Prefectural University of Medicineର ବିଶେଷଜ୍ଞମାନେ ମଧ୍ୟ ସାମିଲ ଥିଲେ। ଏହି ଅଧ୍ୟୟନ Clinical Infectious Diseases ପତ୍ରିକାରେ ପ୍ରକାଶିତ ହୋଇଛି।

uhu

ଅଧ୍ୟୟନରୁ ଏହି କଥା ସାମ୍ନାକୁ ଆସିଛି ଯେ ଦୁଇଟି ଯାକ ଭାଇରସ ହ୍ୟାଣ୍ଡ ସାନିଟାଇଜରରେ ହିଁ ନିଷ୍କ୍ରିୟ ହୋଇଯାଇଥାନ୍ତି। ଏହି ଅଧ୍ୟୟନ କୋଭିଡ-୧୯ର ପ୍ରସାରକୁ ରୋକିବା ପାଇଁ କରାଯାଇଥିଲା। ହାତ ଧୋଇବା ଏବଂ ସାନିଟାଇଜର ଉପଯୋଗ କରିବାର ମହତ୍ତ୍ୱକୁ ଏହା ଦର୍ଶାଉଛି। ବିଶେଷଜ୍ଞମାନେ ଉକ୍ତ ପତ୍ରିକାରେ ଲେଖିଛନ୍ତି, SARS-COV-2 ଭାଇରସ ମାନବ ତ୍ୱଚାରେ ୯ ଘଣ୍ଟା ଜୀବିତ ରହିବା ଦ୍ୱାରା IAV ଭାଇରସ ତୁଳନାରେ ସମ୍ପର୍କ ସଂକ୍ରମଣକୁ ବଢାଇଥାଏ। ତେଣୁ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ହାତର ଉଚିତ ସ୍ୱଚ୍ଛତା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.