କରୋନା ପାଇଁ ରକ୍ଷା କବଚ ହେବ ଘୋଡା ଠାରୁ ତିଆରି ‘ଏଣ୍ଟିସେରା’, ଟ୍ରାଏଲ୍‌ ପାଇଁ ମିଳିଲା ମଞ୍ଜୁରୀ

କରୋନା ଭାଇରସ ଏବେ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି । ଅନେକ ଦେଶରେ ଏହାର ଟିକା ଶେଷ ପର୍ଯ୍ୟାୟରେ । ଭାରତରେ ମଧ୍ୟ କରୋନା ପାଇଁ ୩ଟି ଟିକା ସଫଳତାର ନିକଟରେ ପହଞ୍ଚିଛି । କିଛି ବୈଜ୍ଞାନିକ କରୋନା ଚିକିତ୍ସାରେ ପ୍ଲାଜ୍‌ମା ଉପରେ ଗବେଷଣା ଜାରି ରଖିଛନ୍ତି ।

ଏବେ କିଛି ବୈଜ୍ଞାନିକ ଘୋଡ଼ା ଠାରୁ କରୋନା ଚିକିତ୍ସାର ସୂତ୍ର ବାହାର କରିଛନ୍ତି । ପ୍ଲାଜ୍‌ମା ଥେରାପି ସଫଳ ନହେବାରୁ ତା’ର ବିକଳ୍ପ ଭାବେ ‘ହାର୍ସ ସେରମ’ ତିଆରି କରାଯାଇଛି ବୋଲି କହିଛନ୍ତି ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ।

antisera-1

ହାଇଦ୍ରାବାଦର ବାୟୋଲୋଜିକାଲ୍‌ ଇଂ. ଲିମିଟେଡ୍‌ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ‘ଏଣ୍ଟିସେରା’ ପ୍ରସ୍ତୁତ କରିଛି । ଏହାକୁ ଆଇସିଏମ୍‌ଆର୍‌ ମଧ୍ୟ ମଞ୍ଜୁରୀ ଦେଇଛି । ଆଇସିଏମ୍‌ଆର୍‌ କହିଛି ଯେ, ଘୋଡ଼ାକୁ ସାର୍ସ କଭ-୨ର ଇଂଜେକସନ୍‌ ଦିଆଯାଇ ଏହି ଏଣ୍ଟିସେରା ତିଆରି କରାଯାଇଛି । ଏହାକୁ ଏବେ ମନୁଷ୍ୟ ଉପରେ ଟ୍ରାଏଲ୍‌ କରାଯିବ । ଯଦି ଏହା ଠିକ୍‌ ଠାକ୍‌ ରୁହେ ତେବେ କରୋନା ଭାଇରସ୍‌କୁ ପ୍ରତିହତ କରିବାରେ ଏହା ପ୍ରମୁଖ ଭୂମିକା ନେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

antisera-2

କ’ଣ ଏହି ଏଣ୍ଟିସେରା : ଏହା ଏକ ପ୍ରକାର ବ୍ଲଡ୍‌ ସିରମ୍‌ । ଯାହା ଶରୀରରେ ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢ଼ିବାରେ ସାହାଯ୍ୟ କରିଥାଏ । ଶରୀରରେ ଇମ୍ୟୁନିଟି କ୍ଷମତା ମଧ୍ୟ ବଢ଼ାଇଥାଏ ।

ଏହା କିପରି କାମ କରେ : ଗବେଷକଙ୍କ ରିପୋର୍ଟ ଅନୁଯାୟୀ, ଏଣ୍ଟିସେରାରେ ତିଆରି ଏଣ୍ଟିବଡି(ହାର୍ସ ସେରମ୍‌) ଭାଇରସ୍‌କୁ ନିଷ୍କ୍ରିୟ କରିଦେଇଥାଏ । ଏହି ଟିକା ଅଳ୍ପ ଟଙ୍କାରେ ମିଳିବା ସହ ଉପଚାର ପାଇଁ ବହୁତ ଲାଭକାରୀ ହୋଇଥାଏ ।

antisera-3

ଖୁବ୍‌ ଶୀଘ୍ର ହେବ ମାନବ ପରୀକ୍ଷଣ : ପ୍ଲାଜ୍‌ମା ଥେରାପି ସଫଳ ନହେବାରୁ ତା’ର ବିକଳ୍ପ ଭାବେ ‘ହାର୍ସ ସେରମ’ ତିଆରି କରାଯାଇଛି ବୋଲି କହିଛନ୍ତି ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ । ଏବେ ଏହା ଆଇସିଏମ୍‌ଆର୍‌ ଠାରୁ ମଞ୍ଜୁରୀ ମିଳିବା ପରେ ମାନବ ଉପରେ ପ୍ରଥମ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.