ଇପିଏଫଓ ଆକାଉଣ୍ଟ ସବସ୍କ୍ରାଇବ କରିବା ପାଇଁ ହ୍ଵାଟସଆପ୍ ହେଲପଲାଇନ ସର୍ଭିସ ଲଞ୍ଚ କରିଛି। ଏହି ସେବା ଲଞ୍ଚ ହେବା ଫଳରେ ଇପିଏଫଓ ସଦସ୍ୟ ନିଜର ଅଭିଯୋଗର ସମାଧାନ କରିପାରିବେ। ଏହି ସୁବିଧା ଇପିଏଫଓ ପୂର୍ବରୁ ବିଭିନ୍ନ ଅଭିଯୋଗ ନିବାରଣ ମାଧ୍ୟମ ଯେପରି EPFiGMS ପୋର୍ଟାଲ, CPGRAMS, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୨୪ ଘଣ୍ଟିଆ କଲ ସେଣ୍ଟରରେ ରହିଥିଲା।
ମନ୍ତ୍ରଣାଳୟର ଏକ ବୟାନ ଅନୁଯାୟୀ, ନିଜର ସଦସ୍ୟଙ୍କ ଜୀବନର ଅନୁଭବକୁ ଅଧିକ ବଢାଇବା ପାଇଁ ଏପରି କରିଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ) କରୋନା ଭାଇରସ ମହାମାରୀ ସମୟରେ ସବସ୍କ୍ରାଇବର୍ସଙ୍କୁ ବିନା କୌଣସି ସମସ୍ୟାରେ ସେବା ବିତରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହାକୁ ଲଞ୍ଚ କରିଛି।
ହ୍ଵାଟସଆପ୍ ଭାରତରେ ବଡ ପ୍ଲାଟଫର୍ମ। ଇପିଏଫଓ ଏହି ସୁବିଧାର ଫାଇଦା ଏବେ ଉଠାଉଛି। ତେଣୁ ସମସ୍ତ ଇପିଏଫଓ ଧାରକଙ୍କୁ ସୁବିଧା ଏବଂ ସମ୍ବାଦ ଦେବା ପାଇଁ ଏହି ସୁବିଧା ପ୍ରଦାନ କରିଛି। ଏହା ଜରିଆରେ ଗ୍ରାହକ ଇପିଏଫଓର କ୍ଷେତ୍ରୀୟ କାର୍ଯ୍ୟାଳୟ ସହିତ ବ୍ୟକ୍ତିଗତ ସ୍ତରରେ ସିଧାସଳଖ କଥାବାର୍ତ୍ତା ହେବାର ସୁବିଧା ପାଇପାରିବ।
ଏହି ସୁବିଧା ଏବେ ୧୩୮ ଇପିଏଫଓ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି। ଯେକୌଣସି ସବ୍ସ୍କ୍ରାଇବର ଇପିଏଫଓ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଏବଂ ଏହାସହିତ ଜଡିତ କୌଣସି ବିବରଣୀ, ଅଭିଯୋଗ କରିବା ପାଇଁ ଏହି ହେଲପଲାଇନର ଉପଯୋଗ କରିପାରିବେ। ଏଥିପାଇଁ ସବସ୍କ୍ରାଇବରକୁ ଯେଉଁଠି ଆକାଉଣ୍ଟ ଥିବସେହି କ୍ଷେତ୍ରୀୟ କାର୍ଯ୍ୟାଳୟ ହେଲପଲାଇନ ନମ୍ବରରେ ହ୍ଵାଟସଆପ୍ କରିବାକୁ ହେବ। ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟର ହ୍ଵାଟସଆପ୍ ନମ୍ବର ଇପିଏଫଓର ଅଧିକାରକ େଓ୍ଵବସାଇଟର ହୋମପେଜରେ ଉପଲବ୍ଧ ହେବ।