ଦାନ୍ତ ସଫା କରିବା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରତିଦିନ ବ୍ରଶ୍ କରନ୍ତି କିନ୍ତୁ ଆପଣ ବ୍ରଶ୍ କରିବାର ସଠିକ୍ ଉପାୟ ଜାଣିଛନ୍ତି କି ? ହଁ, ଦାନ୍ତର ସଠିକ୍ ଯତ୍ନ ପାଇଁ ସେମାନଙ୍କୁ ସଠିକ୍ ଭାବରେ ବ୍ରଶ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନଚେତ୍ ଆପଣଙ୍କର ସମସ୍ତ ପରିଶ୍ରମ ଦାନ୍ତ ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ସମସ୍ୟା ପରି ଅଦରକାରୀ ହୋଇପାରେ । ତେବେ ଆସନ୍ତୁ ଜାଣିବା ଦାନ୍ତ ସଫା କରିବାର ସଠିକ ଉପାୟ ।
- ଦାନ୍ତକୁ ସୁସ୍ଥ ରଖିବା ପାଇଁ ଖାଇବା ପରେ ଆପଣ ବ୍ରଶ୍ କରିବା ଆବଶ୍ୟକ କିନ୍ତୁ ଖାଇବାର ଠିକ୍ ପରେ ବ୍ରଶ୍ କରନ୍ତୁ ନାହିଁ ବରଂ ଅତି କମରେ ଏକ ଘଣ୍ଟା ପରେ ଦାନ୍ତକୁ ସଫା କରନ୍ତୁ । ଯାହାଦ୍ୱାରା ଖାଇବା ପରେ ସୃଷ୍ଟି ହୋଇଥିବା ଏନେମଲ୍ ଆପଣଙ୍କ ଦାନ୍ତରେ କାମ କରିପାରିବ ।
- କେବଳ ସକାଳେ ନୁହେଁ, ରାତିରେ ମଧ୍ୟ ଖାଇବାର ଏକ ଘଣ୍ଟା ପରେ କିମ୍ବା ଶୋଇବା ସମୟରେ ବ୍ରଶ୍ କରନ୍ତୁ । ଯାହାଦ୍ୱାରା ବ୍ୟାକ୍ଟେରିଆ ପାଟି ଏବଂ ଦାନ୍ତରେ ଜମି ରହିପାରିବ ନାହିଁ । ରାତିରେ ଜମା ହୋଇ ରହିଥିବା ଜୀବାଣୁ ଦାନ୍ତକୁ ନଷ୍ଟ କରିପାରେ ।
- ବ୍ରଶ୍ କରିବାବେଳେ, ଯଦି ଆପଣ ଅତି ଜଲ୍ଦିରେ ଅଛନ୍ତି ଏବଂ କେବଳ ଗୋଟିଏ କିମ୍ବା ଦୁଇଟି ରାଉଣ୍ଡ ବ୍ରଶ୍ କରି କୁଳି କରୁଛନ୍ତି ତେବେ ଏହି ପଦ୍ଧତି ଭୁଲ୍ । ପ୍ଲେକ୍ ସଫା କରିବା ପାଇଁ ଅତିକମରେ 2 ମିନିଟ୍ ପାଇଁ ବ୍ରଶ୍ କରନ୍ତୁ ଏବଂ ଦାନ୍ତର ମୂଳକୁ ଭଲଭାବେ ବ୍ରସ କରନ୍ତୁ ।
- ଘଷିବା ସମୟରେ ଦାନ୍ତ ଉପରେ ଜୋର ଲଗାନ୍ତୁ ନାହିଁ । ଏହା ସେମାନଙ୍କର ମୂଳକୁ ଦୁର୍ବଳ କରିପାରେ ଏବଂ ଦାନ୍ତରେ ଯନ୍ତ୍ରଣା ମଧ୍ୟ ଦେଇପାରେ । ହାଲୁକା ହାତରେ ବ୍ରଶ୍ କରନ୍ତୁ ଏବଂ ନରମ ବ୍ରଷ୍ଟଲ୍ ସହିତ ଏକ ବ୍ରଶ୍ ବ୍ୟବହାର କରନ୍ତୁ ।
- ସପ୍ତାହରେ ଥରେ ଲେମ୍ବୁ ସହିତ ଦାନ୍ତକୁ ସଫା କରନ୍ତୁ, ଯାହା ସେମାନଙ୍କର ହଳଦିଆ ପଣକୁ ହ୍ରାସ କରିବ ଓ ଆପଣଙ୍କ ଦାନ୍ତ ଧଳା ଏବଂ ଚକଚକିଆ ଦେଖାଯିବ । ଏହା ବ୍ୟତୀତ ଭିଟାମିନ୍ ସି, ଦହି, ସାଲାଡ୍ ଇତ୍ୟାଦି ବ୍ୟବହାର କରନ୍ତୁ, ଏହା ଦାନ୍ତ ପାଇଁ ଲାଭଦାୟକ ।