କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରଲର ତଳେ ଚାପିହୋଇ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରହିଲେ ସ୍କୁଟି ଚାଳକ; ଶେଷରେ ମୃତ୍ୟୁ
କେନ୍ୟୁଜ (ବ୍ୟୁରୋ) : ୪୯ ନମ୍ବର ଜାତୀୟ ରାଜପଥ ଫୁଲଗୋନ୍ଥା ଠାରେ ସ୍କୁଟିକୁ ଧକ୍କାଦେଲା ଟ୍ରଲର । ଫଳରେ ଟ୍ରଲର ତଳେ ଚାପିହୋଇ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସ୍କୁଟି ଚାଳକ ସମେତ ତିନି ଜଣ ଟ୍ରଲର ତଳେ ଚାପି ରହିଥିଲେ । ଦୁଇଟି ଜେସିବି ସାହାଯ୍ୟ ରେ ସୁକୃଳି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବହୁ ଚେଷ୍ଟାପରେ ଜୀବିତ ଉଦ୍ଧାର କରିଥିଲେ ବି ମେଡ଼ିକାଲ ପହଞ୍ଚିବା ପୂର୍ବରୁ ଜଣଙ୍କ ମୃତ୍ୟୁ ହଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲୁ ଥିବା ଅବସ୍ତାରେ ମୃତ୍ୟୁ ହଇଥିଲା ।
ତେବେ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି । ଘଟଣା ସ୍ଥଳରେ ଉତ୍ତକ୍ତ ଲୋକଙ୍କ ଦ୍ୱାରା ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କିଛି ସମୟ ପାଇଁ ହୋଇଥିଲା । ତେବେ ଏପରି ଦୀର୍ଘ ସମୟ ଧରି ଜୀବନ ବଞ୍ଚାଇବା ପାଇଁ କାକୁତି ମିନତୀ ହୋଇଥିଲେ ଚାପିହୋଇ ରହି ଥିବା ଗୁରୁତର ଆହତ ବ୍ୟକ୍ତି । ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ବି କେହି ବଞ୍ଚାଇ ପାରି ନ ଥିଲେ । ସମସ୍ତେ ଚାଟକ ପରି ଲୋକଙ୍କୁ ଚାହିଁ ବସିଥିଲେ ମଧ୍ୟ କେହି କିଛି କରି ପାରି ନ ଥିଲେ । ଯାହା ଫଳରେ ତିନି ତିନି ଟି ମୂଲ୍ୟବାନ ଜୀବନ ଚାଲି ଯାଇଛି ।