ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଆସିଛି କୋଟି କୋଟି ଟଙ୍କା ହଡ଼ପ ଓ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ, ଜାଣନ୍ତୁ ପୂରା କେସ୍‌

ଗିରଫ ହୋଇଛନ୍ତି ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ସକାଳୁ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କ ଉପରେ ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ଇଣ୍ଟେରିୟର ଡିଜାଇନରଙ୍କୁ କଥିତ ଭାବେ ତାଙ୍କ ବକେୟା ଅର୍ଥ ଫେରାଇନଥିଲେ। ଫଳରେ ୫୩ ବର୍ଷୀୟ ଏହି ଡିଜାଇନର ଓ ତାଙ୍କ ମା’ ଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଛି। ଚଳିତବର୍ଷ ମେ’ରେ ମହାରାଷ୍ଟ୍ର ସରକାର ଏହି ମାମଲାୀ ତଦନ୍ତ ଭାର ସିଆଇଡିକୁ ଦେଇଛନ୍ତି।

ଇଣ୍ଟେରିୟର ଡିଜାଇନର ଅନ୍ଵୟ ନାଇକଙ୍କ ଝିଅ ଆଗ୍ୟା ନାଇକ ସେତେବେଳେ ଦାବି କରିଥିଲେ ଯେ ରାୟଗଢ଼ ଜିଲ୍ଲାର ଅଲିବାଗ ପୋଲିସ ବକେୟା ଅର୍ଥ ଦିଆଯାଇନଥିବା ମାମଲାର ତଦନ୍ତ୍‌ କରୁନାହିଁ। ଏଣୁ ଅନ୍ଵୟ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଡ଼ିଛି।

ଏହି ମାମଲାରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଟ୍ଵିଟ୍‌ କରିଥିଲେ ‘ଆଗ୍ୟା ନାଇକ ମୋତେ ଅଭିଯୋଗ କରିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ୍‌ ଟିଭି ତାଙ୍କ ବକେୟା ଅର୍ଥ ନ ଫେରାଇବାରୁ ତାଙ୍କ ବାପା ଓ ଦାଦି ମେ ୨୦୧୮ରେ ଆତ୍ମହତ୍ୟା କରିଛନ୍ତି ଓ ଅଲିବାଗ ପୋଲିସ ଏହାର ତଦନ୍ତ କରୁନାହିଁ’।

ଏନ୍‌ସିପି ନେତା କହିଥିଲେ ଯେ ଏହି ମାମଲାର ତଦନ୍ତଭାର ସିଆଇଡିକୁ ଦିଆଯାଇଛି। ଚଳିତମାସରେ ରିପବ୍ଲିକ୍‌ ଟିଭି ଓ ଦୁଇ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଆତ୍ମହତ୍ୟା କରିବାକୁ ଉସୁକାଇବାକୁ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଯେ ଅନ୍ଵୟ ନାଇକ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଥିଲା ଯେ ଅଭିଯୁକ୍ତମାନେ ତାଙ୍କର ୫.୪୦ କୋଟି ଟଙ୍କା ଫେରାଇ ନାହାନ୍ତି। ଏଣୁ ସେମାନେ ଆତ୍ମହତ୍ୟା କରିଛନ୍ତି।

Leave A Reply

Your email address will not be published.