ଜନ୍ମ ଦିନରେ ଉଲଗ୍ନ ହୋଇ ଗୋଆ ସମୁଦ୍ରକୂଳରେ ଦୌଡ଼ିଲେ ମିଲିନ୍ଦ ସୋମନ୍‌, ସେୟାର କଲେ ଫଟୋ

ବଲିଉଡ୍‌ ଆକ୍ଟର ମିଲିନ୍ଦ ସୋମନ୍‌ ନିଜ ଫିଟ୍‌ନେସ୍‌ ଭିଡିଓ ଓ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହି କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମିଲିନ୍ଦ ଆଜି ନିଜ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ୫୫ ବର୍ଷ ବୟସରେ ମଧ୍ୟ ମିଲିନ୍ଦ ପୂରା ଫିଟ୍‌ ଅଛନ୍ତି। ତାଙ୍କ ଫିଟ୍‌ନେସ୍‌ ଯୋଗୁ ଲୋକମାନେ ତାଙ୍କୁ ଆଜି ବି ସୁସ୍ଥତାର ରାଜ୍‌ ପଚାରୁଛନ୍ତି।

ନିଜ ଜନ୍ମଦିନକୁ ଖାସ୍‌ ବନାଇବା ପାଇଁ ତଥା ଲୋକଙ୍କୁ ଫିଟ୍‌ ରହିବାକୁ ଉତ୍ସାହିତ କରିବା ପାଇଁ ମିଲିନ୍ଦ ସୋସିଆଲ ମିଡିଆରେ ଏକ ଅଦ୍ଭୁତ କାମ କରିଛନ୍ତି। ଜନ୍ମ ଦିନରେ ମିଲିନ୍ଦ ବିନା ପୋଷାକରେ ସମୁଦ୍ର କୂଳରେ ଦୌଡ଼ିଛନ୍ତି। କେବଳ ଏତିକି ନୁହେଁ ଏହି ନଗ୍ନ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

Happy birthday to me ! . . . #55 📷 @ankita_earthy

A post shared by Milind Usha Soman (@milindrunning) on

କିଛି ସମୟ ପୂର୍ବରୁ ହିଁ ମିଲିନ୍ଦ ଏହି ଫଟୋକୁ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ହାପି ବର୍ଥ ଡେ ଟୁ ମି#୫୫’। ଏହି ଫଟୋକୁ ତାଙ୍କ ପତ୍ନୀ ଅଙ୍କିତା କୁଅଁର ଉଠାଇଛନ୍ତି। ଏନେଇ ସେ କ୍ୟାପସନ୍‌ରେ ଉଲ୍ଲେଖ କରିଛନ୍ତି। ମିଲିନ୍ଦଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଛି। ସୂଚନାଯୋଗ୍ୟ ଯେ ମିଲିନ୍ଦ ଓ ଅଙ୍କିତା ଉଭୟେ ନିଜ ଫିଟ୍‌ନେଟ୍‌କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.