ଓଡିଶା ବନ ବିକାଶ ନିଗମ ଲିମିଡେଟ୍ ପକ୍ଷରୁ ଜୁନିଅର ଆକାଉଣ୍ଟସ/ଅଡିଟର, ଲୋଅର ଡିଭିଜନ ଆସିଷ୍ଟାଣ୍ଟ ଏବଂ ଜୁନିଅର ଷ୍ଟୋନୋଗ୍ରାଫର ପଦବୀ ପାଇଁ ନିଯୁକ୍ତି କରାଯାଇଛି। ଏହି ପଦରେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୩ ନଭେମ୍ବର ପର୍ଯ୍ଯନ୍ତ ବଢାଇଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ୨୩ ନଭେମ୍ବର ପର୍ଯ୍ଯନ୍ତ ଆବେଦନ କରିପାରିବେ।
ପଦବୀ ବିବରଣୀ: ୧୪୬
ଜୁନିଅର ଆକାଉଣ୍ଟାଣ୍ଟ/ଅଡିଟର: ୫୮
ଲୋଏର ଡିଭିଜନ ଆସିଷ୍ଟାଣ୍ଟ: ୭୨
ଜୁନିଅର ଷ୍ଟୋନୋଗ୍ରାଫର: ୧୬
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୩ ନଭେମ୍ବର ରହିଛି।
ଶିକ୍ଷାଗତ ଯୋଗ୍ଯତା:
ଜୁନିଅର ଆକାଉଣ୍ଟାଣ୍ଟ ଏବଂ ଅଡିଟର ପାଇଁ ପ୍ରାର୍ଥୀ କୌଣସି ମାନ୍ଯତା ପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ବାଣିଜ୍ଯରେ ସ୍ନାତକ କରିଥିବା ଆବଶ୍ଯକ। ଏହା ସହିତ କମ୍ପ୍ଯୁଟରରେ ୨ ବର୍ଷର କାମ କରିବାକର ଅଭିଜ୍ଞତା ଥିବା ଆବଶ୍ଯକ। ଏହାଛଡା ଆକାଉଣ୍ଟ ସଫ୍ଟୱେୟାରରେ କାମ କରିବାକୁ ଅନୁଭବ ଥିବା ନିତାନ୍ତ ଜରୁରୀ।
ଲୋୟର ଡିଭିଜନ ଆସିଷ୍ଟାଣ୍ଟ : କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ଗ୍ରାଜୁଏସନ ଏବଂ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ଯକ।
ବୟସ ସୀମା: ଆବେଦନକାରୀଙ୍କୁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ଅଧିକତମ ବୟସ ୩୨ ବର୍ଷ ହେବା ଆବଶ୍ଯକ।
ବେତନ: ଜୁନିଅର ଆକାଉଣ୍ଟ/ଅଡିଟର ପାଇଁ ୧୬,୮୮୦ ମାସିକ ଦରମା ଥିବା ବେଳେ ଲୋଏର ଡିଭିଜନ ଆସିଷ୍ଟାଣ୍ଟ ପାଇଁ ୮୮୮୦ ଟଙ୍କା ଏବଂ ଜୁନିଅର ଷ୍ଟୋନୋଗ୍ରାଫର ପାଇଁ ମାସିକ ୯୫୦୦ ଟଙ୍କା ଦରମା ଧାର୍ଯ୍ଯ କରାଯାଇଛି।
ଆବେଦନ ଏମିତି କରନ୍ତୁ: ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ www.odishafdc.comରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
https://www.odishafdc.com/default.php