କେବେ ଆପଣ ଶୁଣିଛନ୍ତି କି କୌଣସି ଘୋଡା ମଦ ପିଇବାର? ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘୋଡା ବିଷୟରେ କହିବୁ, ଯିଏ କେବଳ ଘାସ ଖାଏନାହିଁ, ବରଂ ଏହାସହିତ ବିୟର ମଧ୍ୟ ଜମେଇକି ପିଇଥାଏ। ଏପରିକି, ବିୟର ପିଇସାରିବା ପରେ ଘୋଡା ଝୁମିବାରେ ଲାଗିଥାଏ।
ସାଧାରଣତଃ କୌଣସି ପବରେ ଆପଣ ବିୟର କେବଳ ମଣିଷ ହିଁ ପିଉଥିବାର ଦେଖିଥିବେ। କିନ୍ତୁ ଏହି ଘୋଡା ମଣିଷଙ୍କ ଭଳି ପବରେ ବସି ମଦ ପିଇଥାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ୟୁକେରେ ‘ମୋଚା’ ନାମକ ଏକ କୁନି ଘୋଡା ନିଜ ମାଲିକର ପବରେ ବସି ମନଇଚ୍ଛା ବିୟର ପିଇଥାଏ। ସେ ପବ ପାଖରେ ହିଁ ଏକ ଘୋଡାଶାଳାରେ ରହିଥାଏ। ମୋଚା ବିୟର ପିଇବାରେ ବେଶ ମଜା ନେଇଥାଏ। କିନ୍ତୁ ପ୍ରାୟ ସମୟ ସେ ପବରେ ବସି ଘାସ, ଚାରା ଆଦି ଖାଇଥାଏ।