ଏହି ଗାଁରେ ମଣିଷ ମଧ୍ୟ ରହିବା ପାଇଁ ତିଆରି କରିଥାଏ ପକ୍ଷୀଙ୍କ ଭଳି ବସା, ଜାଣନ୍ତୁ କାହିଁକି

ସମସ୍ତେ ଜାଣନ୍ତି ପକ୍ଷୀମାନେ ବସା ତିଆରି କରିଥାନ୍ତି। ଯେତେବେଳେ ବି ଆମେ ବସା ବିଷୟରେ କିଛି ଶୁଣିବାକୁ ପାଇଥାଉ, ସେତେବେଳେ ପ୍ରଥମେ ଆମ ମନରେ ପକ୍ଷୀର କଥା ହିଁ ଆସିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏମିତି ବି ଏକ ଗାଁ ଅଛି, ଯେଉଁଠି ପକ୍ଷୀ ନୁହନ୍ତି, ମଣିଷମାନେ ପକ୍ଷୀଙ୍କ ଭଳି ବସା ତିଆରି କରିଥାନ୍ତି।

xf

ଋତୁ ଅନୁସାରେ ଏହି ଘର ଖୁବ ଆରାମଦାୟକ ହୋଇଥାଏ। ଏହା ଖରାଦିନେ ଥଣ୍ଡା ଏବଂ ଶୀତଦିନେ ଗରମ ରହିଥାଏ। ଏଭଳି ନିଆରା ଘର ପାଇଁ ଏହି ଗାଁ ସାରା ବିଶ୍ୱରେ ପରିଚିତ ରହିଛି। ଇରାନରେ ଥିବା ଏହି ଗାଁର ନାଁ ‘କନଦୋବନ’।

xfx

xz

୭୦୦ ବର୍ଷର ପୁରୁଣା ଏହି ଗାଁର ଲୋକେ ଚଟାଣରେ ବସା ତିଆରି କରିଥାନ୍ତି। ଇରାନବାସୀ ଏଭଳି ଘର ମଙ୍ଗୋଲୋମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ତିଆରି କରିଥିଲେ। ସେମାନେ ଆଗ୍ନେୟଗିରିରୁ ସୃଷ୍ଟି ଚଟାଣକୁ ଖୋଳି ଏହି ଘର ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.