କଣ ହେବ ବାଘୁଣୀ ସୁନ୍ଦରୀର ଭବିଷ୍ୟତ?,ପୁଣି ମଧ୍ୟପ୍ରଦେଶ ଫେରାଇ ନେବାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ହେଲା ଜନସ୍ୱାର୍ଥ ମାମଲା ରୁଜୁ

ଅନୁଗୁଳ(କେନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟର ବାଘୁଣୀ ସୁନ୍ଦରୀର ଭବିଷ୍ୟତ କଣ ହେବ? ସୁନ୍ଦରୀକୁ ପୁଣି ମଧ୍ୟପ୍ରଦେଶ ଫେରାଇ ନେବାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଓଡ଼ିଶାରୁ ସୁନ୍ଦରୀକୁ ଫେରାଇ ନେବାକୁ ଏନଟିସିଏ ମଧ୍ୟପ୍ରଦେଶ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା।

ଏହାସହ ଓଡ଼ିଶା ସରକାରଙ୍କୁ ମଧ୍ୟ ଏନେଇ ଆଲୋଚନା କରିବାକୁ ଚିଠି ଲେଖାଯାଇଛି। ସେପଟେ ସାତକୋଶିଆ ରାଇଗୁଡ଼ାର ଏନକ୍ଲୋଜର ମଧ୍ୟରେ ସୁନ୍ଦରୀ ଗତ ଅଢେଇ ବର୍ଷ ଧରି ବନ୍ଦୀ ହୋଇ ରହିଛି। ତେବେ ଏନସିଟିଏଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି ସାତକୋଶିଆ ଆରସିସିଏଫ ପ୍ରଦୀପରାଜ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.