ବାରମ୍ବାର ମୁମ୍ବାଇରେ NCBର ଚଢ଼ାଉ ପରେ ଡ଼ାଇରେକ୍ଟର ଏବଂ ତାଙ୍କ ଟିମ ଉପରେ ଆକ୍ରମଣ, ୩ ଗିରଫ

ରବିବାର ସନ୍ଧ୍ୟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନଲ ନିର୍ଦ୍ଦେଶକ ସମୀର ୱାନକେଡେ ଏବଂ ତାଙ୍କ ଟିମ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ଆହତ ହୋଇଥିଲେ । ଡ୍ରଗ୍ କାରବାରରେ ଜଡିତ ଥିବା ବ୍ୟକ୍ତିଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି।


ସୂଚନାଯୋଗ୍ୟ ଯେ ସୁଶାନ୍ତ ମାମଲା ସାମ୍ନାକୁ ଆସିବା ପରେ ଏନସିବି କ୍ରମାଗତ ଭାବରେ ମୁମ୍ବାଇରେ ଚଢ଼ାଉ କରୁଛି। ରିୟା ଚକ୍ରବର୍ତ୍ତୀଙ୍କୁ କିଛି ସମୟ ଲକ୍ଅପରେ ରହିବାକୁ ପଡିଥିବାବେଳେ ଦୀପିକା ପାଦୁକୋନ୍, ସାରା ଅଲି ଖାନ୍ ଇତ୍ୟାଦିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

ନିକଟରେ ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ପଚରାଉଚରା ପରେ ଗିରଫ କରାଯାଇଥିଲା। ଯଦିଓ ଆଜି ସେମାନେ ଜାମିନରେ ବାହାରକୁ ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.