କମ୍ବଳ ସହିତ ମହିଳାଙ୍କ ବିବାହ। କଥାଟି ଶୁଣି ଆଶ୍ଚର୍ଯ୍ଯ ହୋଇଗଲେ କି ? ଆପଣ ଭାବୁଥିବେ ଶୀତ ଦିନ ଆସିଲେ ଆମେ ସମସ୍ତେ କମ୍ବଳ ଘୋଡି ହୋଇ ଶୋଇଥାଉ। କିନ୍ତୁ ଏହା ସହିତ କେମିତି ବା କିଏ ବିବାହ କରିପାରେ। କଥାଟି ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଘଟଣା ଇଂଲଣ୍ଡରେ ଦେଖିବାକୁ ମିଳିଛି। ଇଂଲଣ୍ଡର ଡେୱାନ ସହରରେ ରହୁଥିବା ଜଣେ ବୟସ୍କା ମହିଳା ପାସକଲ୍ ସେଲିକ କୌଣସି ଯୁବକ ନୁହେଁ ବରଂ କମ୍ବଳ ସହିତ ବିବାହ କରିଛନ୍ତି।
ମହିଳା ଜଣକ ଯେଉଁ କମ୍ବଳ ବା ରେଜେଇ ସହିତ ବିବାହ କରିଛନ୍ତି, ତାକୁ କୁଆଡ଼େ ନିଜଠୁ ଅଧିକ ଭଲ ପାଇ ବସିଛନ୍ତି । ଏହି ରେଜେଇଟି ଏତେ ନରମ ଓ ମୁଲାୟମ ଯେ ସେ ମଣିଷକୁ ଛାଡ଼ି ଶୀତରୁ ରକ୍ଷା ପାଇବାକୁ ଥିବା କମ୍ବଳକୁ ବରି ନେଲେ । ଯେଉଁଥିରେ ସିନ୍ଥେଟିକ୍ ଫାଇବର ଏବଂ ଫିଦର ରହିଛି। ୪୯ ବର୍ଷୀୟ ପାସକଲ୍ ଧୁମଧାମରେ ବିବାହ କରିବାକୁ ପ୍ଲାନ୍ କରିଥିଲେ। ଯେଉଁଥିରେ ନାଚ, ଗୀତ, ଖାଇବା ସବୁ ରହିଥିଲା, ଏହାଛଡା ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା।
ଏକ ଇଣ୍ଟରଭ୍ଯୁରେ ପାସକଲ୍ କହିଛନ୍ତି, ‘ମୋ କମ୍ବଳ ସହିତ ମୋର ସ୍ବତନ୍ତ୍ର ସମ୍ପର୍କ ରହିଛି। Duvet ସବୁବେଳେ ମୋ ସହିତ ରହିଥାଏ, ମୋତେ ଆଲିଙ୍ଗନ ମଧ୍ୟ କରିଥାଏ। ମୁଁ ମୋ କମ୍ବଳକୁ ଏତେ ଭଲପାଉଛି ଯେ ଲୋକଙ୍କୁ ଡାକି ବିବାହ କରିଛି।
ତାଙ୍କର ଏହି ବିବାହରେ ପାସକଲ୍ ଡ୍ରେସକୋଡ ମଧ୍ୟ କରିଥିଲେ। ଯାହାକୁ ବିବାହକୁ ଆସିଥିବା ସମସ୍ତ ଅତିଥି ମଧ୍ୟ ମାନି ପିନ୍ଧି ଆସିଥିଲେ। ବିବାହ ଉତ୍ସବରେ ଅତିଥିଙ୍କୁ ଡ୍ରେସକୋଡ୍ ସହିତ ଗାଉନ, ପାଇଜାମା, ସ୍ଲିପର ପିନ୍ଧିବା ଏବଂ ସାଙ୍ଗରେ ଟେଡି ବିଅର, ହଟ୍ ୱାଟର ବୋତଲ ଆଣିବାକୁ କୁହାଯାଇଥିଲା।
କେବଳ ଏତିକି ନୁହେଁ, ପାସକଲ ବିବାହ ପରେ କମ୍ବଳ ସହିତ ହନିମୁନରେ ମଧ୍ୟ ଯାଇଥିଲେ। ଏମାନଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହୋଇଥିଲା।