UIDAI ଏବଂ DOI ସ୍ପଷ୍ଟୀକରଣ , ଆଧାର ଲିଙ୍କ୍‌ରେ ଥିବା ସିମ୍‌ କାର୍ଡର ରିଭେରିଫିକେସନ ଆବଶ୍ୟକ ନାହିଁ

ନୂଆଦିଲ୍ଳୀ : ଯେଉଁମାନେ ଆଧାର କାର୍ଡ ଜରିଆରେ ମୋବାଇଲ ସିମ୍‌ କାର୍ଡ ନେଇଛନ୍ତି, ସେମାନଙ୍କୁ ରିଭେରିଫିକେସନ ଆବଶ୍ୟକ ପଡିବ ନାହିଁ। ତେବେ ଗ୍ରାହକ ଚାହିଁଲେ ଆଧାର ବଦଳରେ KYCରେ ଅନ୍ୟ ପ୍ରମାଣପତ୍ର ଦେଇ ଭେରିଫିକେସନ କରିପାରିବେ। କିନ୍ତୁ ଏହା ବାଧ୍ୟବାଧକତା ନୁହଁ। ନିକଟରେ ସୁପ୍ରିମକୋର୍ଟ ମୋବାଇଲ ସିମ୍‌ ସହ ଆଧାର ଲିଙ୍କ ବାଧ୍ୟତାମୂଳକ ନୁହଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଚର୍ଚ୍ଚା ହେଲା ଯେଉଁମାନେ ଆଧାର ଲିଙ୍କ ସହ ସିମ୍‌ ନେଇଛନ୍ତି ସେମାନଙ୍କ ମୋବାଇଲ ସଂଯୋଗ କଟିଯିବ। ନୂଆ ପ୍ରମାଣପତ୍ର ସହ ପଞ୍ଜୀକରଣ କରିବାକୁ ପଡିବ। ପ୍ରଭାବିତ ହେବେ ପ୍ରାୟ ୫୦ କୋଟି ଗ୍ରାହକ। ଏହାକୁ ଖଣ୍ଡନ କରି ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ, UIDAI ଏବଂ ଟେଲିକମ୍‌ ବିଭାଗ DOI ମିଳିତ ଷ୍ଟେଟ୍‌ମେଣ୍ଟ ଜାରି କରିଛନ୍ତି। କୁହାଯାଇଛି, ଆଧାର KYC ଲିଙ୍କରେ ଥିବା ସିମ୍‌ ସଂଯୋଗ କାଟିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ ନାହାନ୍ତି।

a-sim

କେବଳ ଆଧାର ସହ ସିମ୍‌ ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ ବୋଲି କହିଛନ୍ତି। ତେଣୁ ଟେଲିକମ କଂପାନୀ ଗୁଡିକୁ ଅକ୍ଟୋବର ୧୫ ସୁଦ୍ଧା, ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କୁହାଯାଇଥିଲା ବୋଲି UIDAI ତରଫରୁ କୁହାଯାଇଛି। ତେଣୁ ଗୁଜବକୁ ବିଶ୍ୱାସ ନ କରିବା ସହ ଗ୍ରାହକଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି UIDAI ଏବଂ DOI।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.