ବିଗିଡିବାରେ ଲାଗିଛି ଲାଲୁଙ୍କ ସ୍ବାସ୍ଥ୍ଯବସ୍ଥା, ବାରମ୍ବାର କିଡନୀ ହେଉଛି ଖରାପ, ଡାକ୍ତର କହିଲେ ସ୍ଥିତି ଠିକ୍ ନାହିଁ

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପ୍ରମୁଖ ଲାଲୁ ଯାଦବଙ୍କ ସ୍ବାସ୍ଥ୍ଯକୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଲାଲୁଙ୍କ କିଡନୀ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଡାକ୍ତର କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବ ଯେତେବେଳେ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରୁ ମେଡିକାଲକୁ ଆସିଥିଲେ, ସେତେବେଳେ ତାଙ୍କ କିଡନୀ ୫୦ ପ୍ରତିଶତରୁ ଅଧିକ କାମ କରୁଥିଲା। କିନ୍ତୁ ବର୍ତ୍ତମାନ ଏହା ୨୫ ପ୍ରତିଶତ କ୍ଷମତା ସହିତ କାମ କରୁଛି । ଯଦି କିଡନୀର କାର୍ଯ୍ୟଦକ୍ଷତା ଅଧିକ ହ୍ରାସ ହୁଏ, ତେବେ ଡାଏଲିସିସ କରିବାକୁ ପଡିପାରେ ।

ରିମସ, ରାଞ୍ଚିର ଡାକ୍ତରୀ ଦଳ ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏକ ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । ତଥାପି ତିନି ଦିନ ପୂର୍ବେ ଲାଲୁ ପ୍ରସାଦ ଯାଦବଙ୍କୁ ରିମ୍ସରୁ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲକୁ ପଠାଇବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା।

lalu

ସୂଚନାଯୋଗ୍ଯ, ବିହାର ନିର୍ବାଚନ ପରେ ବିଜେପି ଆରୋପ ଲଗାଇଥିଲା କି, ଲାଲୁ ବିଜେପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିଲେ। ଯାହା ପରେ ଏକ ଅଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ଏହାକୁ ସ୍ବୀକାର କରିନଥିଲେ ଲାଲୁ।

Leave A Reply

Your email address will not be published.